ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଖରା ସହ ଗ୍ରୀଷ୍ମ ପ୍ରବାହ। ପୁଣି ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ସତର୍କ ସୂଚନା ଜାରି କରାଯାଇଛି। ଆହୁରି ୫ ଦିନ ଗ୍ରୀଷ୍ମ ପ୍ରବାହ ହେବା ସହ ତାତିରୁ ନିସ୍ତାର ମିଳିବ ନାହିଁ। ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲା ପାଇଁ ସତର୍କତା ଜାରି କରାଯାଇଛି। ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବା ସମ୍ଭାବନା ରହିଛି। ଆଭ୍ୟନ୍ତରରେ ୩ ରୁ ୫ ଓ ଉପକୂଳରେ ୨ ରୁ ୩ ଡିଗ୍ରୀ ଅଧିକ ରହିବ। ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହର ପ୍ରଭାବ ରହିବ ବୋଲି ସୂଚନା ମିଳିଛି। ଗତ କିଛି ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରୁଥିବା ସହ ଅସହ୍ୟ ଗରମ କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।
Popular Categories



