www.samajalive.in
Monday, December 8, 2025
17.1 C
Bhubaneswar

ଖରାଦିନେ ଦେଖାଦିଏ ଏସବୁ ସମସ୍ୟା; ସ୍ବାସ୍ଥ୍ୟ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ

ଖରାଦିନେ ପ୍ରାୟତଃ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ। ତେଣୁ ଏହି ସମୟରେ ଶରୀର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ତେବେ ଆସନ୍ତୁ ଜାଣିବା ଖରାଦିନେ ଦେଖା ଦେଉଥିବା ସମସ୍ୟା ଓ ତା’ର ସମାଧାନ ବିଷୟରେ –

ଡ଼ିହାଇଡ୍ରେସନ:
ଏହି ଋତୁରେ ସାଧାରଣତଃ ଶରୀରରେ ଜଳର ଅଭାବ ପରିଲକ୍ଷିତ ହୋଇଥାଏ । ଅତ୍ୟଧିକ ଉତ୍ତାପ ଓ ଝାଳ ବୋହିବା କାରଣରୁ ପାଣି, ସୁଗାର, ଲୁଣର ସନ୍ତୁଳନ ବିଗିଡ଼ି ଯାଇଥାଏ । ଏହା ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ, ଯେତିକି ପରିମାଣରେ ପାଣି ଆମେ ପିଅନ୍ତି କିମ୍ବା ଅନ୍ୟ କୌଣସି ଉପାୟରେ ଗ୍ରହଣ କରନ୍ତି ତାହାଠାରୁ ଅଧିକ ପାଣି ଆମ ଶରୀରରୁ ବାହାରିଯାଏ । ଏହି କାରଣରୁ ମୁଣ୍ଡବିନ୍ଧା, ଶୁଷ୍କ ଲାଗିବା, ମୁହଁ ଶୁଖିବା, ଥକା ଲାଗିବା ପରି ଲକ୍ଷଣମାନ ଦେଖାଦେଇଥାଏ । ଯାହାକି ଡ଼ିହାଇଡ୍ରେସନର ଲକ୍ଷଣ ।

- Advertisement -

କେମିତି ସୁରକ୍ଷିତ ରହିବେ:
ଡ଼ିହାଇଡ୍ରେସନ ସମସ୍ୟାରୁ ରକ୍ଷା ପାଇବା ପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ । ଲେମ୍ବୁ ପାଣି, ନଡ଼ିଆ ପାଣି, ଘୋଳ ଦହି ଆଦି ପିଅନ୍ତୁ । ଏଥିସହ ଗରମ ଦିନେ ମିଳୁଥିବା ଋତୁକାଳୀନ ଫଳ ମଧ୍ୟ ସେବନ କରନ୍ତୁ ।

ଘିମିରି ସମସ୍ୟା:
ଅତ୍ୟଧିକ ଗରମ ଓ ଝାଳ କାରଣରୁ ଶରୀରରେ ଘିମିରି ଜନିତ ସମସ୍ୟା ଦେଖାଦିଏ । ଶରୀରର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଲାଲ ଦାଗ ହେବା ସହ କୁଣ୍ଡେଇ ହୋଇଥାଏ । ଆପଣଙ୍କ ଶରୀରରେ ଲୋମକୂପଗୁଡିକ ବନ୍ଦ ହେବା କାରଣରୁ ଝାଳ ଆଉ ବୋହିନଥାଏ । ଫଳରେ ଅପରିଷ୍କାର ପଦାର୍ଥଗୁଡିକ ତ୍ୱଚାରୁ ନବାହାରିପାରି ଘିମିରି, ବ୍ରଣ ପରି ସମସ୍ୟା ଦେଖାଦିଏ ।

ଫୁଡ ପଏଜନିଙ୍ଗ:
ଗରମ ଦିନରେ ଖାଦ୍ୟପେୟରେ ଅନିୟମିତତା ଓ ବଦହଜମ କାରଣରୁ ଅଧିକ ଫୁଡ ପଏଜନିଙ୍ଗ ଜନିତ ସମସ୍ୟା ଦେଖାଦିଏ । ପରିବେଶରେ ଥିବା ରୋଗଜୀବାଣୁ ଆପଣଙ୍କ ଖାଦ୍ୟକୁ ଦୂଷିତ କରିଦେଇପାରେ । ଏମିତି ହେବା ଦ୍ୱାରା ପେଟ ସହିତ ଜଡିତ ସମସ୍ୟା ଦେଖାଦିଏ ।

ଟାଇଫଏଡ:
ଗରମ ଦିନରେ ଅଧିକାଂଶ ପିଲାଙ୍କୁ ଜ୍ୱର ହୋଇଥାଏ । ଯାହାକି ସମୟାନୁସାରେ ଟାଇଫଏଡ଼ର କାରଣ ହୋଇପାରେ । ଏହା ପାଚନ ତନ୍ତ୍ର ତଥା ରକ୍ତରେ ସଂକ୍ରମଣ କାରଣରୁ ହିଁ ହୋଇଥାଏ । ଆଉ ଏହି ରୋଗ ହେଲେ ମଣିଷକୁ କମ ଭୋକ ଲାଗିଥାଏ । ମାଂସପେଶୀରେ ଦରଜ, ଶୁଖିଲା କାଶ, ମୁଣ୍ଡ ବିନ୍ଧା, ଶରୀର ଦରଜ ପରି ସମସ୍ୟା ମଧ୍ୟ ଦେଖାଦିଏ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories