www.samajalive.in
Sunday, December 7, 2025
13.1 C
Bhubaneswar

ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳରେ ୭୩ତମ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ ଆୟୋଜିତ ହୋଇଯାଇଛି । ଶୁକ୍ରବାର ମଣ୍ଡଳ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରବନ୍ଧକ ପ୍ରଦୀପ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଗତି ରିପୋର୍ଟ ସମୀକ୍ଷା କରିଥିଲେ । ଏଥି ସହ ହିନ୍ଦୀ ଭାଷାରେ ଦୈନନ୍ଦିନ କାର୍ଯ୍ୟ ଗୁଡିକୁ ବୃଦ୍ଧି କରିବା ନିମନ୍ତେ ସମ୍ୟକ ଧାରଣା ଦେଇଥିଲେ । ଏହି ଅବସରରେ ଅତିରିକ୍ତ ମୁଖ୍ୟ ରାଜଭାଷା ଅଧିକାରୀ ଓ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଆନନ୍ଦ ସିଂ ଗତ ତୈମାସିକରେ ଆୟୋଜିତ ହୋଇଥିବା ରାଜଭାଷା କାର୍ଯ୍ୟକଳାପ ଉପରେ ସୂଚନା ଦେଇଥିଲେ । ବରିଷ୍ଠ ମଣ୍ଡଳ ସଙ୍କେତ ଓ ଦୂର ସଞ୍ଚାର ଯନ୍ତ୍ରୀ ସନ୍ତୋଷ କୁମାର ଦେବାଙ୍ଗନ ବିଭାଗର କାର୍ଯ୍ୟକଳାପ ବିଷୟରେ ହିନ୍ଦୀ ଭାଷାରେ ଏକ ପାୱାର ପଏନ୍ଟ ଉପସ୍ଥାପନ କରିଥିଲେ । ମଣ୍ଡଳର ସମସ୍ତ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ରାଜଭାଷା ଅଧିକାରୀ ଦୀପକ ପରସରାମପୁରିଆ ସଂଯୋଜନା କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories