www.samajalive.in
Monday, December 8, 2025
27.1 C
Bhubaneswar

ପରିବହନ ନିୟମ ଉଲ୍ଲଂଘନ କଲେ କଟିବ ସ୍ୱଂୟଚାଳିତ ଚାଲାଣ 

ସମ୍ବଲପୁର: ଦିନକୁ ଦିନ ସରକାର ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହିତ କରି ପ୍ରାୟତଃ ସମସ୍ତ ସରକାରୀ କାର୍ଯ୍ୟକୁ ହାଇଟେକ ପଦ୍ଧତିରେ କରାଯାଉଛି । ପୂର୍ବରୁ ଦେଶର ବଡ ବଡ ସହର ତଥା ମେଟ୍ରୋ ସହର ଗୁଡିକରେ ଆରମ୍ଭ କରାଯାଇଥିବା ସ୍ୱୟଂଚାଳିତ ଚାଲାଣ ବ୍ୟବସ୍ଥା ସମ୍ବଲପୁରରେ ମଧ୍ୟରେ ଚାଲୁ ହୋଇଛି । ସମ୍ବଲପୁର ସହରର ବିଭିନ୍ନ ପ୍ରମୁଖ ସ୍ଥାନ ତଥା ଛକ ଗୁଡିକରେ ଅପରାଧ ନିୟନ୍ତ୍ରଣ, ପରିବହନ ନିୟମ ଉଲ୍ଲଂଘନ, ଟ୍ରାଫିକ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି ମାନ ଲଗାଯାଇଛି । ଏବେ ଏହି ସିସିଟିଭି ଗୁଡିକ ଜରିଆରେ ପରିବହନ ନିୟମ ଉଲ୍ଲଂଘନ ଯଥା ବିନା ହେଲମେଟ, ଦୁଇ ଚକିଆ ଯାନରେ ୩ ଜଣ ବସି ଯିବା ଆଦି ନିୟମ ଉଲ୍ଲଂଘନ କଲେ ସ୍ୱୟଂଚାଳିତ ବ୍ୟବସ୍ଥା ଦ୍ୱାରା ଚାଲାଣ କଟିବ ଏବଂ ତାହାର ସୂଚନା ଗାଡି ମାଲିକଙ୍କ ମୋବାଇଲକୁ ବାର୍ତ୍ତା ଜରିଆରେ ଯିବ ।

ଏ ସର୍ମ୍ପକରେ ଟ୍ରାଫିକ ଡିଏସପି ନରେନ୍ଦ୍ର ଷଡଙ୍ଗୀ କହିଛନ୍ତି, ଆମେ ଚେକ ପୋଷ୍ଟ ଓ ଲୋକ ଲଗାଇ ପରିବହନ ନିୟମ ଉଲ୍ଲଂଘନକାରୀ ଙ୍କୁ ଚାଲାଣ କରିବା ବ୍ୟବସ୍ଥାକୁ ଯଥା ସମ୍ଭବ କମ କରିବା ଦିଗରେ କାର୍ଯ୍ୟ କରୁଛୁ । ପ୍ରଶାସନ ଓ ଏସପିଙ୍କ ନିର୍ଦ୍ଦେଶାନୁଯାୟୀ, ନିୟନ୍ତ୍ରଣ କକ୍ଷ ଜରିଆରେ ପ୍ରମୁଖ ସ୍ଥାନ ଓ ଛକ ଗୁଡିକରେ ଲାଗିଥିବା ସିସିଟିଭି ଜରିଆରେ ପରିବହନ ନିୟମ ଉଲ୍ଲଂଘନକାରୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କର ତଥ୍ୟ ପରିବହନ ବିଭାଗକୁ ଜଣାଇ ଦିଆଯାଉଛି । ଏହା ପରେ ପରିବହନ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା ଲଗାଇବା ସହିତ ତାହାର ସୂଚନା ଗାଡି ମାଲିକଙ୍କୁ ଡିଜିଟାଲ ମାଧ୍ୟମରେ ଦିଆଯାଉଛି ।

- Advertisement -

ଏହି ବ୍ୟବସ୍ଥାର ଟ୍ରାଏଲ କରାଯାଉଥିବା ବେଳେ ଖୁବଶୀଘ୍ର ଏହାକୁ ପ୍ରଭାବୀ ରୂପେ କାର୍ଯ୍ୟକାରୀ କରାଯିବ । ଏଥି ସହ ଦୁଇ ଚକିଆ ଯାନର ପଛରେ ବସି ଯାଉଥିବା ବ୍ୟକ୍ତି ମାନେ ମଧ୍ୟ ହେଲମେଟ କରିବା ଆବଶ୍ୟକ । ଏଥି ନିମନ୍ତେ ସରକାରୀ ନିର୍ଦ୍ଦେଶାନାମା ଆସି ସାରିଥିବାରୁ ଖୁବଶୀଘ ଏହାକୁ ମଧ୍ୟ କାର୍ଯ୍ୟକାରୀ କରାଯିବ । ଏଣୁ ସମସ୍ତେ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ପରିବହନ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ସମ୍ବଲପୁର ଜିଲା ଟ୍ରାଫିକ ଓ ପୁଲିସ ଅନୁରୋଧ କରୁଛି ବୋଲି ଟ୍ରାଫିକ ଡିଏସପି ଷଡଙ୍ଗୀ କହିଛନ୍ତି ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories