www.samajalive.in
Sunday, December 7, 2025
13.1 C
Bhubaneswar

ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ 

ବୌଦ୍ଧ : ବୌଦ୍ଧ ଜିଲା ଆଇନସେବା ପ୍ରାଧିକରଣ, ପକ୍ଷରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆମଠାପଡାଠାରେ ଆମ ସରକାରଙ୍କ ଦ୍ୱାରା କୋଭିଡ ରୋଗରେ ଶିକାର ହୋଇଥିବା ପିଡୀତ/ପିଡୀତା ମାନଙ୍କ ପରିବାର ଲୋକମାନଙ୍କ ଉପସ୍ଥିତ ଥିବା ବିଭିନ୍ନ କ୍ଷତିପୂରଣ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସାହାଯ୍ୟ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ସଚେତନତା କାର୍ଯ୍ୟକ୍ରମଟି ଜିଲା ଆଇନସେବା ପ୍ରାଧିକରଣର ସଚିବ ଚରଣଜିତ ଓରାମଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏଥିରେ ଜିଲା ଆଇନସେବା ପ୍ରାଧିକରଣର ପ୍ୟାନେଲ ଓକିଲ ବିକାଶ ଚନ୍ଦ୍ର ବେହେରା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆମଠାପଡାର ପ୍ରଧାନ ଶିକ୍ଷକ ମନୋରଂଜନ ପାଣିଗ୍ରାହୀ ଯୋଗଦାନ କରିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମରେ ଆମଠାପଡା ଗ୍ରାମର ଲୋକମାନେ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆମଠାପଡାର ଛାତ୍ରଛାତ୍ରୀଗଣ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀଗଣ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନଙ୍କୁ କୋଭିଡ ରୋଗରେ ଶିକାର ହୋଇଥିବା ପିଡୀତ/ପିଡୀତା ମାନଙ୍କ ପରିବାର ଲୋକମାନଙ୍କ ପାଇଁ ଉପସ୍ଥିତ ଥିବା ବିଭିନ୍ନ କ୍ଷତିପୂରଣ ବ୍ୟବସ୍ଥା, ସେମାନଙ୍କ ଶିଶୁ ମାନଙ୍କ ଉଚିତ ଶିକ୍ଷା ବ୍ୟବସ୍ଥା ଏବଂ ସେମାନଙ୍କ ଥଇଥାନ ଉପରେ ବିସ୍ତୃତ ଭାବରେ ଅବଗତ କରାଯାଇଥିଲା। ଏହା ଛଡା ସେମାନଙ୍କୁ ଆଇନର ମୌଳିକ ବିଷୟମାନ ଏବଂ ଏହାର ବିଭିନ୍ନ ଦିଗ ଉପରେ ତଥା ଶିଶୁ ସୁରକ୍ଷା ଆଇନ,ପୋସ୍କ ଆକ୍ଟ, ଶିଶୁ ବିବାହ ବିରୋଧ ନିୟମ ଇତ୍ୟାଦି ଉପରେ ସଚେତନ କରାଯାଇଥିଲା। ଏହା ସହିତ ଆଇନସେବା ପ୍ରାଧିକରଣ ମାନଙ୍କ ଦ୍ୱାରା ଉପଲବ୍ଧ ହେଉଥିବା ମୁକ୍ତ ଆଇନ ସେବା ଗୁଡିକ ବିଷୟରେ ମଧ୍ୟ ବିସ୍ତୃତ ଭାବରେ ଆଲୋକପାତ କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories