www.samajalive.in
Monday, December 8, 2025
27.1 C
Bhubaneswar

ସଶକ୍ତ ଓ ସଂଗଠିତ ନ ହେଲେ‌ ହିନ୍ଦୁ ସମାଜକୁ ସମ୍ବିଧାନ ସୁରକ୍ଷା ଦେଇପାରିବ ନାହିଁ : ତୋଗାଡିଆ

ସୁନ୍ଦରଗଡ଼ :  ସଶକ୍ତ ଓ ସଂଗଠିତ ନହେଲେ ହିନ୍ଦୁ ସମାଜକୁ ସମ୍ବିଧାନ ମଧ୍ୟ ସୁରକ୍ଷ ଦେଇପାରିବ ନାହିଁ ବୋଲି ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ମୁଖ୍ୟ ଡା.ପ୍ରବୀଣ ଭାଇ ତୋଗାଡିଆ, ହିନ୍ଦୁ ଓ ହିନ୍ଦୁ ସମାଜକୁ ଚେତେଇ ଦେଇଛନ୍ତି । ବୁଧବାର ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସି, ହିନ୍ଦୁ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ତୋଗାଡିଆ  କହିଛନ୍ତି ଯେ, ଓଡ଼ିଶାରେ ୧୯୬୦ରୁ ଗୋ ହତ୍ୟା ଓ ୧୯୬୭ରୁ ଧର୍ମାନ୍ତରୀକରଣ ବିରେଧରେ ସଶକ୍ତ ଆଇନଥିଲେ ମଧ୍ୟ ସୁନ୍ଦରଗଡ଼ ଜିଲାରେ ଦିନକୁ ଦିନ ଯେଉଁଭଳି ଭାବେ ଗୋହତ୍ୟା ଓ ଧର୍ମାନ୍ତରୀକରଣ ବଢ଼ି ଚାଲିଛି ତାହା ହିନ୍ଦୁମାନଙ୍କ ପାଇଁ ଚିନ୍ତା ଓ ଉଦ୍‌ବେଗର ବିଷୟ । ହିନ୍ଦୁମାନଙ୍କ ଭାବାବେଗ ସହ ଖେଳ କରି ହିନ୍ଦୁବିରୋଧୀ ଶକ୍ତି ଯେଭଳି ଭାବେ ସେମାନଙ୍କ କାର୍ଯ୍ୟକଳାପ ଦେଖାଉଛନ୍ତି ତାହାକୁ ପ୍ରତିରୋଧ କରିବା ନିହାତି ଆବଶ୍ୟକ ବୋଲି ଶ୍ରୀ ତୋଗାଡିଆ କହିବା ସହ ସୁନ୍ଦରଗଡ଼ ଜିଲାର ପ୍ରତ୍ୟକ ଗ୍ରାମରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସଂଗଠନକୁ ବିସ୍ତାରକରି ସମୃଦ୍ଧ ଓ ସଶକ୍ତ ହିନ୍ଦୁ ସମାଜ ନିର୍ମାଣ ଦିଗରେ ସହାୟକ ହେବାକୁ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ । ନିଜ ଦେଶରେ ହିନ୍ଦୁମାନେ ଆତଙ୍କିତ ହୋଇ ପଳାୟନ କରିବା ସହ ତୃତୀୟ ନାଗରିକ ଭାବେ କାଳାତିପାତ କରିବା ଶୁଭଲକ୍ଷଣ ନୁହେଁ ବୋଲି ଶ୍ରୀ ତୋଗାଡିଆ ସ୍ପଷ୍ଟ କରିଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ଛୁଆଁ ଅଛୁଆଁ ଭେଦଭାବକୁ ଦୂରେଇ ଦେଇ ସଶକ୍ତ ଓ ସଂଗଠିତ ହିନ୍ଦୁ ସମାଜ ନିର୍ମାଣ କରିବା ଏକାନ୍ତ ଜରୁରୀ ବୋଲି ତୋଗାଡିଆ କହିଥିଲେ। ଶ୍ରୀ ତୋଗାଡିଆ ଆମ୍ବା ରେସିଡେନ୍ସିରେ ପହଞ୍ଚିବା କ୍ଷଣି ତାଙ୍କୁ କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ଦ୍ବାରା ଜୋରଦାର ସ୍ବାଗତ କରାଯାଇଥିଲା। ପରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଜିଲା ସଭାପତି କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧର୍ମସଭାରେ ସଂଗଠନର ବରିଷ୍ଠ ପଦାଧିକାରୀ ମନୋଜ ସାହୁ, ଦୀପକ ମହାନ୍ତ, ସନ୍ତୋଷ ନାଏକ, ଗଜିନ୍ଦ୍ର ସାଏ, ଲବ ରଣା ପ୍ରମୁଖ ଉପସ୍ଥିତ ଥିଲେ। ସଭାକାର୍ଯ୍ୟ ପରେ ଶ୍ରୀ ତୋଗାଡିଆ ଜିଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର ପ୍ରତିନିଧି ମାନଙ୍କ ସହିତ ହିନ୍ଦୁ ସମାଜ ପ୍ରତି ଦେଖାଦେଇଥିବା ସଙ୍କଟ ଓ ଏହାର ପ୍ରତିକାର ସମ୍ୱନ୍ଧରେ ବିଚାର ବିମର୍ଷ କରିଥିବା ବେଳେ ହିନ୍ଦୁତ୍ବ ବିଚାରଧାରାରେ ଏକ ହେବା ପାଇଁ ନିବେଦନ କରିଥିଲେ। ତୋଗାଡିଆଙ୍କ ଏହି ଗସ୍ତକୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ ବିଶେ​ଷ​‌ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories