www.samajalive.in
Monday, December 8, 2025
17.1 C
Bhubaneswar

ସମୁଦ୍ରରେ ଗାଧୋଇବା ବେଳେ ପୁଅ ସମ୍ନାରେ ବାପା ଭାସିଯିବା ଘଟଣା: ୪୮ ଘଣ୍ଟା ପରେ ମିଳିଲା ମୃତଦେହ

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ପୁଅ ସମ୍ମୁଖରେ ଭିତରକୁ ଭାସିଯାଇଥିବା ବଂଶୀଧର ବେହେରାଙ୍କ ମୃତଦେହ ସୋମବାର ବେଲେଶ୍ୱର-ରାମଚଣ୍ଡୀ ମନ୍ଦିର ମଝି ବେଳାଭୂମିରୁ ଉଦ୍ଧାର ହୋଇଛି। ପୁଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନାଯୋଗ୍ୟ, ଶନିବାର ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଏକ ଅଘଟଣ ଘଟିଥିଲା। ଗାଧୋଇବା ବେଳେ ୩ ପର୍ଯ୍ୟଟକ ନିଖୋଜ ହୋଇ ଯାଇଥିଲେ ଓ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ଜଣଙ୍କ ସନ୍ଧାନ ମିଳି ନଥିଲା। ସମୁଦ୍ରରେ ନିଖୋଜ ବ୍ୟକ୍ତି ଜଣକ ହେଲେ ବଂଶୀଧର ବେହେରା ଏବଂ ସେ ବାଲେଶ୍ୱରର ବାସିନ୍ଦା ବୋଲି ଜଣାପଡ଼ିଥିଲା। ଶନିବାର ସକାଳେ ସେ ନିଜ ପରିବାର ସହ ପୁରୀ ବୁଲିବାକୁ ଆସି ସମୁଦ୍ର କୂଳରେ ଗାଧୋଉଥିଲେ। ପୁଅ ସାମ୍ନାରେ ଲହରୀ ଭିତରେ ଗାଧୋଇବା ସମୟରେ ସେ ଭାସି ଯାଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories