www.samajalive.in
Monday, December 8, 2025
27.1 C
Bhubaneswar

ରାଫେଲ ବିବାଦକୁ ନେଇ ଏନସିପିରେ ଫାଟ

ନୂଆଦିଲ୍ଲୀ: ଶରଦ ପାୱରଙ୍କ ସହ ମିଶି ଏନସିପି ଗଠନ କରିଥିବା ବିହାରର ସାଂସଦ ତାରିକ ଅନୱର ତାଙ୍କ ପଦ ଓ ଦଳର ପ୍ରାଥମିକ ସଦସ୍ୟତାକୁ ଇସ୍ତଫା ଦେଇଛନ୍ତି। ବିହାରର ଏହି ଲୋକପ୍ରିୟ ନେତା ପୁଣି ଥରେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି।
୧୯୯୯ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ତାରିକ ଅନୱର ଓ ଶରଦ ପାୱର ଦଳରୁ ଇସ୍ତଫା ଦେଇ ନ୍ୟାସନାଲ କଂଗ୍ରେସ ପାର୍ଟିର ଗଠନ କରିଥିଲେ। ଶରଦ ପାୱାରଙ୍କ ରାଫେଲ ସମ୍ପର୍କିତ ମନ୍ତବ୍ୟକୁ ବିରୋଧ କରି ଏନସିପିର ଅନ୍ୟତମ ସଂସ୍ଥାପକ ଉଭୟ ଦଳ ଓ ପଦରୁ ଇସ୍ତଫା ଦେଇଥିବା ସ୍ୱୀକାର କରିଛନ୍ତି। ତେବେ ଆଗାମୀ ଦିନରେ ସେ କେଉଁ ଦଳକୁ ଯିବେ ତାହା ଅଦ୍ୟାବଧି ଠିକ୍‍ କରି ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ସମର୍ଥକଙ୍କ ସହ ଆଲୋଚନା ପରେ ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ସେ ପ୍ରକାଶ କରିଥିଲେ।
ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ବିହାର ଏହି ଲୋକପ୍ରିୟ ନେତା ଆଗାମୀ ଦିନରେ କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି। ବିହାର କଟିହାର ଅଞ୍ଚଳରୁ ତାରିକ ଅନୱର ୨୦୧୪ରେ ସାଂସଦ ନିର୍ବାଚିତ ହୋଇଥିଲେ। ଶରଦ ପାୱର ରାଫେଲ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମର୍ଥନ କରିବା କାରଣରୁ ତାରିକ ଅନୱର ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories