www.samajalive.in
Sunday, December 7, 2025
15.1 C
Bhubaneswar

ରୋଷେଇ ଘର ପାଇଁ ସରଳ ନିୟମ ; ଜାଣିଲେ ହେବେ ଲାଭବାନ୍‍

ନିୟମ ଅନୁଯାୟୀ ରୋଷେଇ ଘରେ ଜିନିଷ ସଠିକ ସ୍ଥାନରେ ନ ରଖିଲେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ବାସନର ଏଭଳି କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ପାଳନ କରିବା ଦ୍ୱାରା  ଖୁବ ଶୁଭଫଳ ମିଳିଥାଏ।
ରୋଷେଇ ଘରେ ଗ୍ୟାସ ଅଥବା ଫଳ,ପନିପରିବାର ଚିତ୍ର ଲଗାଇବା ଶୁଭ ହୋଇଥାଏ। ଏହାସହ ମା’ଲକ୍ଷ୍ମୀଙ୍କ ଫଟୋ ମଧ୍ୟ ଲଗାଇପାରିବେ।
ରୋଷେଇ ଘରକୁ ଭଲ ଭାବେ ସଫା ରଖନ୍ତୁ।
ଭୋଜନ ପ୍ରସ୍ତୁତ ହେବା ପରେ ପ୍ରଥମେ ଅଗ୍ନିଙ୍କ ଉଦ୍ଦେଶ୍ୟରେ ଖାଦ୍ୟ ଅର୍ପଣ କରନ୍ତୁ।
ମାନ୍ୟତା ଅନୁଯାୟୀ, ଥାଳୀକୁ ସର୍ବଦା ସମ୍ମାନପୂର୍ବକ ଆସନ,ଟେବୁଲ କିମ୍ବା ଥାକରେ ରଖିବା ଉଚିତ।
ଭୋଜନ କରିବା ପରେ କଦାପି ଥାଳିରେ ହାତ ଧୁଅନ୍ତୁ ନାହିଁ। ଅଇଁଠା ଥାଳିକୁ କଦାପି ଗ୍ୟାସ ନିକଟରେ କିମ୍ବା ଖଟ ତଳେ ରଖନ୍ତୁ ନାହିଁ।
ରୋଷେଇ ଘର ନଳରୁ ପାଣି ପଡିବା ଆଦୌ ଶୁଭଙ୍କର ନୁହେଁ। ବାସନ ଗୁଡିକୁ ଧୋଇବା ପରେ ଏହାକୁ ପୋଛି ରଖନ୍ତୁ।
ସପ୍ତାହକୁ ଥରେ ଗୁରୁବାର ବ୍ୟତୀତ ଅନ୍ୟ ଯେକୌଣସି ଦିନ ଲୁଣ ପାଣିରେ ରୋଷେଇ ଘର ପୋଛନ୍ତୁ। ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ।
ରୋଷେଇ ଘରେ ଷ୍ଟିଲ୍‍ ଓ ଲୁହା ବାସନ ବଦଳରେ ପିତ୍ତଳ, ତମ୍ବା, ଚାନ୍ଦି ଓ କଂସା ବାସନ ବ୍ୟବହାର କରନ୍ତୁ।
ପିତ୍ତଳ ବାସନରେ ଭୋଜନ କରିବା ସହ ତମ୍ବା ବାସନରେ ପାଣି ପିଇବା ଦ୍ୱାରା ଧାର୍ମିକ ଓ ସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ ଖୁବ ଲାଭଦାୟକ।
ପିତ୍ତଳ ଓ ତମ୍ବା ଦ୍ୱାରା ସକରାତ୍ମକ ଶକ୍ତି ମିଳିଥାଏ। ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିଥାଏ। ମାତ୍ର ତମ୍ବା ବାସନରେ ଭୋଜନ କରିବାକୁ ବାରଣ କରାଯାଇଥାଏ।
ରୋଷେଇ ଘରେ ପ୍ଲାଷ୍ଟିକ ବାସନ ଆଦୌ ରଖନ୍ତୁ ନାହିଁ। ଯଥାସମ୍ଭବ କମ ପରିମାଣରେ ଏହି ବାସନର ବ୍ୟବହାର କରନ୍ତୁ।
ଆଲୁମିନିୟମରେ ନିର୍ମିତ ବାସନରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories