www.samajalive.in
Thursday, December 11, 2025
26.1 C
Bhubaneswar

ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଏସଏଫଡିଆର’ର ପରୀକ୍ଷଣ ସଫଳ, ଅଭିନନ୍ଦନ ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ

ଡେସ୍କ: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଆଜି ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସଲିଡ଼ ଫୁଏଲ ଡକଟେଡ଼ ରାମଜେଟ (ଏସଏଫଡିଆର)ର ସଫଳ ପରୀକ୍ଷଣ ହୋଇଛି। ଏହି ପରୀକ୍ଷା ବେଳେ ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ରହି କ୍ଷେପଣାସ୍ତ୍ରର ଗତିବିଧି ଉପରେ ନଜର ରଖିଥିଲେ।

ସୂଚନା ଅନୁଯାୟୀ, ଏହି ପରୀକ୍ଷା ସମୟରେ କ୍ଷେପଣାସ୍ତ୍ରଟି ସମସ୍ତ ଜଟିଳ ପ୍ରକ୍ରିୟା ସଫଳ ଭାବେ ଅତିକ୍ରମ କରିଛି। ଏହି ଏସଏଫଡିଆର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସୁପରସୋନିକ୍ ବେଗରେ ବହୁତ ଦୂର ସୀମା ମଧ୍ୟରେ ଆକାଶରେ ବିପଦକୁ ରୋକିବାରେ ସକ୍ଷମ। ଆଇଟିଆର ଦ୍ୱାରା ନିୟୋଜିତ ଟେଲିମେଟ୍ରି, ରାଡାର ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ପରି ଅନେକ ରେଞ୍ଜ ଉପକରଣ ଦ୍ୱାରା ଏହି କ୍ଷେପଣାସ୍ତ୍ରର କାର୍ଯ୍ୟଦକ୍ଷତା ନିଶ୍ଚିତ ହୋଇଛି। ଏହାକୁ ହାଇଦ୍ରାବାଦ ଡିଆରଡିଓ ଏବଂ ପୁନେ ସ୍ଥିତ ଉଚ୍ଚ ଶକ୍ତି ସାମଗ୍ରୀ ଅନୁସନ୍ଧାନ ପରୀକ୍ଷାଗାରରେ ବିକଶିତ କରାଯାଇଛି।

- Advertisement -

ସ୍ୱଳ୍ପ ଦୂରଗାମୀ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଦେଶରେ ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ଜ୍ଞାନକୌଶଳର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଛନ୍ତି।

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories