ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ବିରୋଧ କରୁଥିବା ଦଳ ଗୁଡିକ ଏକାଠି ହେବା ଉଚିତ ଏବଂ ପରବର୍ତ୍ତୀ ରଣନୀତି ଓ ଢାଞ୍ଚା କ’ଣ ହେବ ସେନେଇ ଆଲୋଚନା ଚାଲିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେ ଆରଜେଡି ନେତା ଶରଦ ଯାଦବଙ୍କୁ ଭେଟିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି।
ରାହୁଲଙ୍କ ସହ ଗଣମାଧ୍ୟମକୁ ସମ୍ବୋଧିତ କରି ଆରଜେଡି ନେତା ଯାଦବ କହିଛନ୍ତି ଯେ ରାହୁଲ ଗାନ୍ଧୀ କଂଗ୍ରେସ ଦଳର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ଉଚିତ। ବିଜେପିର ମୁକାବିଲା ଲାଗି ବିରୋଧୀ ଦଳ ଏକାଠି ହେବା ଉଚିତ କି ପ୍ରଶ୍ନରେ ରାହୁଲ ଗାନ୍ଧୀ କହିଛନ୍ତି, ଆରଏସଏସ ଏବଂ ନରେନ୍ଦ୍ର ମୋଦୀଙ୍କୁ ବିରୋଧ କରୁଥିବା ଦଳଗୁଡିକ ଏକାଠି ହେବା ଉଚିତ। ସେମାନେ କିପରି ଏକାଠି ହେବେ ଏବଂ ରଣକୌଶଳ କ’ଣ ହେବ ସେ ନେଇ ଆଲୋଚନା ଚାଲିଥିବା ରାହୁଲ କହିଛନ୍ତି।
ଅନ୍ୟପକ୍ଷରେ ଆରଜେଡି ନେତା ଶ୍ରୀ ଯାଦବ କହିଛନ୍ତି ଯେ ସେ ଦେଶ ପାଇଁ ଚିନ୍ତିତ। ସେ ସମାଜର ଦୁର୍ବଳ ବର୍ଗଙ୍କ ପାଇଁ କାମ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ହେବା ଉଚିତ କି ନୁହେଁ ପ୍ରଶ୍ନରେ, ଶ୍ରୀ ଯାଦବ କହିଛନ୍ତି, ‘କାହିଁକି ନୁହେଁ? ରାହୁଲ ଗାନ୍ଧୀ ନିରନ୍ତର ଭାବେ ଦଳ ପାଇଁ କାମ କରୁଛନ୍ତି ଏବଂ ମୁଁ ଭାବୁଛି ସେ ଦଳର ସଭାପତି ହେବା ଉଚିତ୍। କଂଗ୍ରେସ ତାଙ୍କୁ ସଭାପତି କରିବା ଉଚିତ୍।’



