www.samajalive.in
Monday, December 8, 2025
20.1 C
Bhubaneswar

ଇମ୍ରାନ୍‌ ଖାନ୍‌ଙ୍କୁ ଝଟକା – ପାକିସ୍ତାନ ସୁପ୍ରିମକୋର୍ଟ ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ କହିଲେ ଭୁଲ୍‌

ଇସଲାମାବାଦ – ପାକିସ୍ତାନରେ ଏବେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି । ଇମ୍ରାନ ଖାନ୍‌ ଯେ କୌଣସି ପ୍ରକାରରେ ନିଜର ସରକାରକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ସେ ସଫଳ ହୋଇ ନଥିଲେ । ପାକିସ୍ତାନ ସଂସଦରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପୂର୍ବରୁ ଉପବାଚସ୍ପତି ସଂସଦରେ ଏହାକୁ ଖାରଜ୍‌ କରିଥିଲେ। ଏହି ନିଷ୍ପତ୍ତିକୁ ବିରୋଧ କରି ବିରୋଧି ଦଳର ନେତାମାନେ ସୁପ୍ରମିକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

- Advertisement -

ସୁପ୍ରମ୍‌କୋର୍ଟ ଏହି ନିଷ୍ପତ୍ତିକୁ ଭୁଲ୍‌ ବୋଲି ନିର୍ଦେଶ ଦେଇଛନ୍ତି । ପାକିସ୍ତାନ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଅମର ଅତା ବନ୍ଦିୟାଲ୍‌ଙ୍କୁ ନେଇ ଗଠିତ ୫ ଜଣିଆଁ ଖଣ୍ଡପୀଠ ଏହାକୁ ଭୁଲ୍‌ ବୋଲି ରାୟ ଶୁଣାଇଛନ୍ତି ।

ପାକିସ୍ତାନ ସଂସଦରେ ଉପବାଚସ୍ପତି ନିର୍ଦେଶ ଦେଇଥିବା ବେଳେ ଏହି ନିର୍ଦେଶ ଉପରେ ବାଚସ୍ପତି ସ୍ୱାକ୍ଷର କରିଥିଲେ । ସେହି ଦିନ ବାଚସ୍ପତିଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ ହୋଇଥିଲା । ଏଥିପାଇଁ ସେ ସଂସଦରେ ଅଧ୍ୟକ୍ଷତା କରିପାରି ନଥିଲେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories