www.samajalive.in
Tuesday, December 9, 2025
16.1 C
Bhubaneswar

ଏକାସହ ପରଷନ୍ତୁ ନାହିଁ ୩ଟି ରୁଟି; ଜାଣନ୍ତୁ ଏହାର ଧାର୍ମିକ ଓ ବୈଜ୍ଞାନିକ କାରଣ

ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ରହିଛି। ଏହା ପଛରେ ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଥିବାର ଦେଖାଯାଏ। ଅନେକ ଲୋକଙ୍କୁ ଏହା ଜଣାନଥାଏ। ମାତ୍ର ତାହାର ପାଳନ କରିଥାଆନ୍ତି। ସେଭଳି ଅନେକ ସମୟରେ ଶୁଣିଥିବେ ୩ ଅଙ୍କକୁ ନେଇ। ଅଧିକାଂଶ ଲୋକେ ୩ଟି ଜିନିଷ ଦେବା, ବ୍ୟବହାର କରିବା ଆଦିକୁ ନେଇ ବାରଣ କରୁଥିବା ମଧ୍ୟ ଶୁଣି ଥିବେ। ପୂଜାପାଠ ଆଦି ଅନେକ କାର୍ଯ୍ୟରେ ୩ ଅଙ୍କର ବ୍ୟବହାର ହେଉଥିବା ଦେଖାଯାଏ। ଏଭଳି ଖାଦ୍ୟ ଥାଳିରେ ଏକା ସହ ୩ଟି ରୁଟି ପରଷିବାକୁ ବାରଣ କରାଯାଏ। କୌଣସି ବ୍ୟକ୍ତି ଖାଦ୍ୟ ଥାଳିରେ ଏକାସହ ୩ଟି ରୁଟି ପରଷିଲେ ଘରର ବୟୋଜ୍ୟେଷ୍ଠ ମାନେ ଏହାକୁ ମଧ୍ୟ ବାରଣ କରିଥାଆନ୍ତି।
ଏହା ଘରର କଥା। ମାତ୍ର ବାହାର ସ୍ଥାନରେ ଖାଦ୍ୟ ଖାଇବା ସମୟରେ ମଧ୍ୟ ଲକ୍ଷ୍ୟ କରିବେ ୩ଟି ରୁଟି ଏକା ସହ ପରଷା ଯାଇନଥାଏ। କେଉଁ କାରଣରୁ ଥାଳିରେ ଏକାସହ ୩ଟି ରୁଟି ପରଷାଯାଇନଥାଏ, ତାହାର ଧାର୍ମିକ ଓ ବୈଜ୍ଞାନିକ କାରଣ ଜାଣନ୍ତୁ…..
ହିନ୍ଦୁ ମାନ୍ୟତା ଅନୁଯାୟୀ, ଥାଳିରେ ୩ଟି ରୁଟି ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଉଥିବା ଭୋଜନ ସହ ସମାନ । କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେମାନଙ୍କ ଉଦ୍ଦେଶ୍ୟରେ ପ୍ରଥମେ ଭୋଜନ ଥାଳିରେ ଏକାସହ ୩ଟି ଖାଦ୍ୟ ଜିନିଷ ରଖାଯାଇଥାଏ। ମୃତକଙ୍କୁ ସେହି ଥାଳି ସମର୍ପଣ  କରାଯାଇଥାଏ।
ଅନ୍ୟ ଏକ ମାନ୍ୟତା ଅନୁଯାୟୀ, କୌଣସି ବ୍ୟକ୍ତି ଥାଳିରେ ଏକାସହ ୩ଟି ରୁଟି ରଖି ସେବନ କରିଥାଏ, ତେବେ ମନରେ ଅନ୍ୟ ପ୍ରତି ଶତ୍ରୁତା ଭାବ ଉତ୍ପନ୍ନ ହୋଇଥାଏ। ଏହି କାରଣରୁ ମଧ୍ୟ ଥାଳିରେ ଏକାସହ ୩ଟି ରୁଟି ପରଷା ଯାଇନଥାଏ।
ବୈଜ୍ଞାନିକ କାରଣ ……
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବ୍ୟକ୍ତିଙ୍କୁ ସାରା ଦିନ ମଧ୍ୟରେ ଅଳ୍ପ ଅଳ୍ପ କରି ଭୋଜନ ଗ୍ରହଣ କରିବା ଉଚିତ। ଏକାସହ ଅଧିକ ଖାଦ୍ୟ ଖାଇବା ଉଚିତ ନୁହେଁ। ବ୍ୟକ୍ତିଙ୍କ ପାଇଁ ଥାଳିରେ ଏକ ପାତ୍ରରେ ଡାଲି,ତରକାରୀ,୫୦ ଗ୍ରାମ ଭାତ ଓ ୧ କିମ୍ବା ୨ଟି ରୁଟି ଖାଇବା ଆବଶ୍ୟକ। ୨ଟି ରୁଟିରୁ ଜଣେ ବ୍ୟକ୍ତିଙ୍କୁ ୧୨୦୦ ରୁ ୧୪୦୦ କ୍ୟାଲୋରୀ ଶକ୍ତି ମିଳିଥାଏ। ଏହାଠାରୁ ଅଧିକ ଭୋଜନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ହୋଇଥାଏ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories