କଳାବାଡିଆ: ବନ ବିଭାଗକୁ ବଡ଼ ସଫଳତା । କଲରାପତରିଆ ବାଘ ଛାଲ ସହ ୭ଜଣଙ୍କୁ ଗିରଫ କରିଛି ବିଭାଗ । ବାଘ ଛାଲ ମୁଲଚାଲ ବେଳେ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଦୁଧିଆଣୀ ବନ ବିଭାଗ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କାର ମଧ୍ୟ ଜବତ କରାଯାଇଛି । କରଞ୍ଜିଆ ବନଖଣ୍ଡ ଅଧୀନ ଦୁଧିଆଣୀ ବନାଞ୍ଚଳ ଯଶୀପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ଏପରି ଘଟଣା ଘଟିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଉକ୍ତ ବସଷ୍ଟାଣ୍ଡରେ ଏକ କଲରାପତରିଆ ବାଘ ଛାଲ ମୁଲଚାଲ ହେବା ନେଇ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ବିଭାଗ ।
ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ମାନେ ସାଦା ପୋଷାକରେ ପହଂଚି ସେଠାରେ ଜିନିଷ କିଣାବାହାନାରେ ସେମାନଙ୍କ ସହ ମୁଲଚାଲ କରିଥିଲେ । ସେହିସମୟରେ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତଥିବା ୪ଜଣଙ୍କୁ ମାଡିବସିଥିଲେ । ସେମାନଙ୍କ ନିକଟରୁ ବାଘ ଛାଲ ସହିତ ଏକ କାର ଜବତ କରାଯାଇଛି । ଏନେଇ ଅଧିକ ତଦନ୍ତ ମଧ୍ୟ ଜାରି ରହିଛି । କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରୁ ଏହି ରାକେଟରେ ସମ୍ପୃକ୍ତ ଥିବା ପୁଣି ଦୁଇ ଜଣଙ୍କୁ ଗିରଫ କରାଯାଇଥିବା କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି । ସେମାନଙ୍କ ଛଡା ଜଣେ ଖବରଦାତା ମଧ୍ୟ ଏହତି ଘଟଣାରେ ସମ୍ପୃକ୍ତି ଥିବା ଜଣାପଡିଛି । ଗିରଫଙ୍କ ମଧ୍ୟରୁ ଯଶୀପୁରରୁ ୪ଜଣ ଓ କେନ୍ଦୁଝର ଜିଲ୍ଲାରୁ ୩ ଜଣ ବୋଲି ସୂଚନା ଦିଆଯାଇଛି ।



