www.samajalive.in
Monday, December 8, 2025
27.1 C
Bhubaneswar

୫ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ସ୍କୁଲ ପ୍ରତିଷ୍ଠାତା ଗିରଫ

କୋହଲାପୁର : ମହାରାଷ୍ଟ୍ର ସାଙ୍ଗଲି ଜିଲାସ୍ଥିତ ଏକ ସ୍କୁଲର ଅନ୍ୟୁନ ପାଞ୍ଚ ଜଣ ଛାତ୍ରୀଙ୍କୁ ଗତ ୬ ମାସ ଧରି ବାରମ୍ବାର ବଳାତ୍କାର ଓ ୩ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୁଲିସ୍‍ ସେହି ସ୍କୁଲର ପ୍ରତିଷ୍ଠାତାଙ୍କୁ ଗୁରୁବାର ଗିରଫ କରିଛି। ଏହି ଅପରାଧରେ ସଂପୃକ୍ତି ଥିବା ଅଭିଯୋଗରେ ସ୍କୁଲର ଜଣେ ମହିଳା ସହାୟିକାଙ୍କୁ ମଧ୍ୟ ଗିରଫ କରାଯାଇଛି।
ଡିଏସ୍‍ପି କିଶୋର କାଲେ ସୂଚନା ଦେଇଛନ୍ତି ଯେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ଗତ ମଙ୍ଗଳବାର ଏକ ଅଭିଯୋଗ ମଳିଥିଲା। ଏହାକୁ ଆଧାର ପରି ପୁଲିସର ଏକ ଦଳ ସହ ଜିଲା ଶିଶୁ କଲ୍ୟାଣ କମିଟି ଏବଂ ଜିଲା ଜନକଲ୍ୟାଣ କମିଟିର ସଦସ୍ୟ ଗୁରୁବାର ସାଙ୍ଗଲିରେ ଥିବା ସ୍କୁଲକୁ ଯାଇଥିଲେ। ସେଠାରେ ୫ ଛାତ୍ରୀ ୬୧ ବର୍ଷିୟ ସ୍କୁଲ ପ୍ରତିଷ୍ଠାତାଙ୍କ ନାମରେ ବଳାତ୍କାର ଓ ୩ ଛାତ୍ରୀ ଅସଦାଚରଣ ଅଭିଯୋଗ କରିଥିଲେ। ସେଠାକାର ମହିଳା ସହାୟିକା ଏଥିରେ ସ୍କୁଲ ପ୍ରତିଷ୍ଠାତାଙ୍କୁ ସାହାଯ୍ୟ କରିଥିବା ସେମାନେ ଅଭିଯୋଗରେ ଦର୍ଶାଇଥିଲେ। ଏହାପରେ ପୁଲିସ୍‍ ସ୍କୁଲ ତଥା ଆଶ୍ରମଶାଳା ପ୍ରତିଷ୍ଠାତା ଓ ମହିଳା ସହାୟିକାଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଆଇପିସି ୩୫୩, ୩୭୬ ଆଇପିସି ଓ ପୋସ୍କୋ ଆଇନରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଆଣିଥିବା ଛାତ୍ରୀମାନେ ଆଶ୍ରମସ୍ଥିତ ଆବାସିକ ସ୍କୁଲ ଛାତ୍ରୀ ନିବାସରେ ରହୁଥିଲେ। ଏହି ଆବାସିକ ସ୍କୁଲରେ ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୯୦ ଜଣ ଛାତ୍ରୀ ପଢୁଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories