www.samajalive.in
Monday, December 8, 2025
27.1 C
Bhubaneswar

ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଅକାଳ ବିୟୋଗ

ବାଙ୍କୀ: ବାଙ୍କୀ ଅଞ୍ଚଳର ଅବସରପ୍ରାପ୍ତ ସବ୍‍-ଇନ୍ସପେକ୍ଟର ଉପେନ୍ଦ୍ର ସ୍ୱାଇଁଙ୍କର ଶନି ୬୬ବର୍ଷ ବୟସରେ ପରଲୋକ ଘଟିଛି। ସେ ସୁନାଦେଇପୁର ସ୍ଥିତ ନିଜ ବାସଭବନ ସିଡ଼ିରୁ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ। ତାଙ୍କୁ ପରିବାର ଲୋକେ ବାଙ୍କୀ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇ ଭୁବନେଶ୍ୱର ସ୍ଥିତ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ମୃତ୍ୟୁ ଖବର ପ୍ରସାରିତ ହେଲା ପରେ ଜନ୍ମ ମାଟି ବାଙ୍କୀ-ଡମପଡା ବ୍ଲକ ଅଧିନ ପଦନପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଶ୍ରୀ ସ୍ୱାଇଁ ୨୦୧୩ ମସିହାରେ କ୍ରାଇମବ୍ରାଞ୍ଚରୁ ଅବସର ଗ୍ରହଣ କରିବା ପରେ ସୁନାଦେଇପୁର ସ୍ଥିତ ବାସଭବନରେ ରହୁଥିଲେ। ସେ ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବରେ ଉଭୟ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories