www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରୀଲଙ୍କାରେ ସର୍ବଦଳୀୟ ସରକାର; ୪ ନୂଆ ମନ୍ତ୍ରୀ ନେ​‌​‌ଲେ ଶପଥ

କୋଲୋମ୍ବୋ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ମଧ୍ୟରେ ସର୍ବଦଳୀୟ ସରକାର ଗଠନ ହେବାକୁ ଯାଉଛି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ସରକାର ଗଠନ ପାଇଁ ସମସ୍ତ ଦଳକୁ ଆମନ୍ତ୍ରଣ କରିଛନ୍ତି। ଗୋଟବାୟା ସମସ୍ତ ଦଳକୁ ନିବେଦନ କରିଛନ୍ତି ଯେ, ସବୁ ଦଳ ମନ୍ତ୍ରାଳୟରେ ସାମିଲ ହୋଇ ଦେଶର ଏହି ସଙ୍କଟ ସମୟରେ ସମାଧାନର ବାଟ ବାହାର କରନ୍ତୁ।

ଶ୍ରୀଲଙ୍କାରେ ହିଂସା ଏବଂ ରାଜନୈତିକ କଳ୍ପନାଜଳ୍ପନା ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ମନ୍ତ୍ରୀମଣ୍ଡଳ ସାମୂହିକ ଇସ୍ତଫା ଦେଇଥିଲେ। ତେବେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ତାଙ୍କ ଇସ୍ତଫା ପତ୍ର ଦାଖଲ କରିନାହାନ୍ତି। ସେ କହିଛନ୍ତି, ଆର୍ଥିକ ଓ ବିଶ୍ବସ୍ତରୀୟ କାରଣରୁ ବର୍ତ୍ତମାନର ସଙ୍କଟ ଦେଖାଦେଇଛି। ଆଗାମୀ ପିଢି ଓ ରାଷ୍ଟ୍ରହିତ ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ। ସେ ସମସ୍ତ ଦଳର ପ୍ରତିନିଧିମାନଙ୍କୁ ସରକାରରେ ମନ୍ତ୍ରୀ ପଦ ପାଇଁ ଆମନ୍ତ୍ରଣ କରିଛନ୍ତି।

- Advertisement -

ଅପରପକ୍ଷେ, ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଏବଂ ମନ୍ତ୍ରୀମଣ୍ଡଳର ସାମୂହିକ ଇସ୍ତଫା ପରେ ସୋମବାର ଚାରିଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏଥିରେ ଅର୍ଥମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ପ୍ରମୁଖ ସାମିଲ ଅଛନ୍ତି। ରଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ସମ୍ମୁଖରେ ଅଲୀ ସାବରୀ ଅର୍ଥ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବେସିଲ ରାଜପକ୍ଷଙ୍କ ସ୍ଥାନରେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି। ସେହିପରି ଜିଏଲ୍‌ ପେଇରିସ୍‌ ହେବେ ନୂଆ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଦୀନେଶ ଗୁଣବର୍ଦ୍ଧନ ଶିକ୍ଷା ମନ୍ତ୍ରୀ ହୋଇଥିବାବେଳେ ଜନସନ ଫର୍ନାଣ୍ଡୋ ରାଜପଥ ମନ୍ତ୍ରଣାଳୟ ଭାର ସମ୍ଭାଳିବେ।

 

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories