www.samajalive.in
Monday, December 8, 2025
20.1 C
Bhubaneswar

ଭୁବନେଶ୍ବର ଦୟାଲ ବୃଦ୍ଧାଶ୍ରମ ସିଲ୍‌ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଏହି ମାମଲାର ତଦନ୍ତ ପାଇଁ ଆଜି କ୍ରାଇମ ବ୍ରାଞ୍ଚ ଟିମ ଭୁବନେଶ୍ୱର ସ୍ଥିତ ଦୟାଲ ବୃଦ୍ଧାଶ୍ରମକୁ ଯାଇଥିଲା। ସେଠାରେ ଅଢେଇ ଘଣ୍ଟା ଧରି ତନାଘନା ସହ ତଦନ୍ତ କରିଥିଲା। ଏହାପରେ ଭୁବନେଶ୍ୱର ସ୍ଥିତ ଦୟାଲ ବୃଦ୍ଧାଶ୍ରମକୁ ସିଲ୍‌ କରିଥିଲା କ୍ରାଇମବ୍ରାଞ୍ଚ। କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ଭୁବନେଶ୍ୱର ସ୍ଥିତ ଦୟାଲ ବୃଦ୍ଧାଶ୍ରମରୁ କିଛି ସୁରାଗ କ୍ରାଇମବ୍ରାଞ୍ଚକୁ ମିଳିଥିବା ସୂଚନା ମିଳିଛି।
ଦୟାଲ ଆଶ୍ରମ ପରିସରରେ ତଦନ୍ତ ସମୟରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ସେଠାରୁ କିଛି କାଠଫାଳିଆ ଜବତ କରାଯାଇଥିବା ଜଣାଯାଇଛି। ଏହି କାଠ ଫାଳିଆ ମାନସଙ୍କୁ ହତ୍ୟା କରିବାରେ ବ୍ୟବହୃତ ହୋଇଛି କି ନାହିଁ ତାହା ଜାଣିବାକୁ ଫରେନସିକ୍ ଟେଷ୍ଟ କରାଯିବ। ଏହାସହ ଥ୍ରୀ ଡି କ୍ୟାମେରା ଯୋଗେ କିଛି ଫିଙ୍ଗରପ୍ରିଣ୍ଟ ଓ ଫୁଟେଜ ସଂଗ୍ରହ କରାଯାଇଛି ବୋଲି କ୍ରାଇବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି।

ଆଜି ସକାଳେ କେୟାରଟେକରଙ୍କୁ ସାଙ୍ଗରେ ନେଇ କ୍ରାଇମବ୍ରାଞ୍ଚ ଟିମ୍ ଦୟାଲ ବୃଦ୍ଧାଶ୍ରମରେ ପହଞ୍ଚିଥିଲା। ଫରେନସିକ୍ ଟିମ୍, ଏମ୍ସର ଡାକ୍ତରୀ ଦଳ ଓ ବିଶେଷଜ୍ଞ ଦଳ ମଧ୍ୟ ଏହି ତଦନ୍ତରେ ସାମିଲ ହୋଇଥିଲେ। ସେଠାରେ ଦୀର୍ଘ ସମୟ ଧରି ଛାନଭିନ୍ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ଆଶ୍ରମକୁ କିଏ ଆସିଥିଲେ, ଘଟଣା ଦିନ କିଏ କିଏ ସେଠାରେ ଥିଲେ ସେ ସଂପର୍କରେ କେୟାରଟେକରଙ୍କଠାରୁ ତଥ୍ୟ ସଂଗ୍ରହ କରିଥିବାବେଳେ ବୃଦ୍ଧାଶ୍ରମରୁ ମିଳିଥିବା ମାନସଙ୍କ ଶେଷ ଚିଠି ସଂପର୍କରେ ମଧ୍ୟ ଖୋଳତାଡ଼ କରାଯାଇଛି।
ଅପହରଣ ପରେ ମାନସଙ୍କୁ ଆଣି ଆଶ୍ରମର ରଖାଯାଇଥିଲା। ଏଠାରେ ମାନସଙ୍କୁ ହତ୍ୟା କରିବା ପରେ ଏକ କାର୍‌ରେ ନିଆଯାଇ ନୟାଗଡ଼ରର ରଣପୁରରେ ପୋତି ଦିଆଯାଇଥିଲା। ଗତକାଲି ଚାନ୍ଦବାଲି ଥାନା ଓ ଅପହରଣ ସ୍ଥଳ ପଳାସପୁରକୁ ଯାଇ ମଧ୍ୟ ଛାନ୍‌ଭିନ୍ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍ ରାଜ୍ୟ ବାହାରେ ଶର୍ମିଷ୍ଠା ରାଉତଙ୍କୁ ଖୋଜୁଥିବା ସୂଚନା ମିଳିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories