www.samajalive.in
Monday, December 8, 2025
20.1 C
Bhubaneswar

ଆଧାର ସହ ଲିଙ୍କ ହେବ ଭୋଟର କାର୍ଡ – କେନ୍ଦ୍ର ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ସଂସଦରେ କହିଛନ୍ତି,ସରକାର ନକଲି ଭୋଟକୁ ରୋକିବା ପାଇଁ ଆଧାରକୁ ଭୋଟର କାର୍ଡ ସହ ଲିଙ୍କ୍‍ କରିବା ପାଇଁ ବିଚାର କରାଯାଉଛି। ‘ଏକ ରାଷ୍ଟ୍ର,ଏକ ମତଦାତା ସୂଚୀ’ ଉପରେ ମଧ୍ୟ ଜୋର ଦେଇଛନ୍ତି। ଏହାମଧ୍ୟ କହିଛନ୍ତି, ସରକାର ବିଦେଶରେ କାମ କରୁଥିବା ଭାରତୀୟଙ୍କୁ ଅନଲାଇନରେ ମତଦାନ କରିବାର ସୁବିଧା ଦେବାକୁ ମଧ୍ୟ ବିଚାର କରୁଛନ୍ତି।
ଲୋକସଭାରେ ଅନେକ ପ୍ରଶ୍ନର ଉତ୍ତର ଦେଇ ରିଜିଜୁ କହିଛନ୍ତି , ଆଧାର ଏବଂ ଭୋଟର କାର୍ଡର ଲିଙ୍କ୍ ହେବା ଦ୍ୱାରା ଭୋଟ୍ ତାଲିକାରୁ ଏକାଧିକ ଥର ଦେଖାଯାଉଥିବା ନାମକୁ ହଟା ଯାଇପାରିବ। ପ୍ରବାସୀ ଭାରତୀୟଙ୍କ ଭୋଟ୍ ଅଧିକାର ବିଷୟରେ ଆଲୋଚନା ପରେ ସେ କହିଛନ୍ତି, ବିଦେଶରେ କାର୍ୟ୍ୟ କରୁଥିବା ଲୋକଙ୍କୁ ଭୋଟ୍ ଦେବା ପାଇଁ ନିର୍ବାଚନ ଆୟୋଗ ସରକାରଙ୍କ ତରଫରୁ ଏକ ପରାମର୍ଶ ଗ୍ରହଣ କରିଛନ୍ତି।  ଏଥିପାଇଁ ସୁରକ୍ଷା ଏବଂ ପାରଦର୍ଶିତା ନିଶ୍ଚିତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

 

- Advertisement -

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories