www.samajalive.in
Monday, December 8, 2025
20.1 C
Bhubaneswar

ରାସ୍ତା କଡ ଜଙ୍ଗଲରେ ଲାଗିଛି ନିଆଁ

ଲାଞ୍ଜିଗଡ – କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ କାଉଗୁଡ଼ାଠାରୁ ସିକେରକୁପା ସଂଯୋଗ କରୁଥିବା ରାସ୍ତା ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଦୀର୍ଘ ସମୟ ଧରି ନିଆଁ ଲାଗିଥିବା ସୂଚନା ମିଳିଛି । ହେଲେ ସେଠାରେ କୌଣସି ବନ କର୍ମଚାରୀ ପହଞ୍ଚିବା ନଥିବା ଅଭିଯୋଗ ହୋଇଛି । ନିଆଁ ଲିଭାଇବା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କିଛି ଲୋକଙ୍କୁ ନିୟୋଜିତ କରାଯିବା ସହ ବନ ବିଭାଗ ପକ୍ଷରୁ ଅନେକ ଟଙ୍କା ଖର୍ଚ୍ଚ କରାଯାଉଛି ।

କିନ୍ତୁ ଦୀର୍ଘ ସମୟ ଧରି ରାସ୍ତା କଡରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଓ ବନ ବିଭାଗ ଘଟଣା ସ୍ଥଳକୁ ନଯିବା ଲୋକେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବନବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁ ଲାଗିବା ନିୟନ୍ତ୍ରଣକୁ ନେଇ ଲୋକଙ୍କୁ ସଚେତନତା କାରଯାଉଛି । ବାରମ୍ବାର ବନ ବିଭାଗର ଏଥିପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବା ସହିତ ଯଦି କିଏ ଲଗାଇଛି ତାକୁ ଉଚିତ ଦଣ୍ଡ ଦିଆଯାଉ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories