www.samajalive.in
Monday, December 8, 2025
27.1 C
Bhubaneswar

ରାତି ପାହିଲେ ନିର୍ବାଚନ, କପଶିଳାରେ ରାସ୍ତା ନିର୍ମାଣ କଲା କିଏ ?

ତୁଷୁରା/ଗୁଡ଼ଭେଳା: ରାତି ପାହିଲେ ରାଜ୍ୟରେ ଅନୁଷ୍ଠିତ ହେବ ପୌର ନିର୍ବାଚନ। ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସହରାଞ୍ଚଳ। ନିର୍ବାଚନ ସମୟରେ ଆଚରଣ ବିଧି ଲାଗିଥିବାରୁ ସହରାଞ୍ଚଳରେ କୌଣସି ନୂତନ ଉନ୍ନୟନମୂଳକ କାମ ହେବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ ଗାଇଡ଼ଲାଇନ ଜାରି କରିଛନ୍ତି। କିନ୍ତୁ ବଲାଙ୍ଗିର ଜିଲ୍ଲାର ତୁଷୁରା ଏନଏସିର ୱାର୍ଡ ନମ୍ବର ୯ କପଶିଳା ଗାଁରେ ଜଣେ ଅଧ୍ୟକ୍ଷ ଆଶାୟୀ ରାସ୍ତା ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି। ନିର୍ବାଚନ ପ୍ରଚାରରେ ଭୋଟରଙ୍କୁ ନିଜ ପକ୍ଷକୁ ଟାଣିବା ପାଇଁ ବିଫଳ ହେବା ପରେ ସେ ମୋରମ ବିଛାଇ ନୂଆ ରାସ୍ତା ନିର୍ମାଣ କରିଥିବା ଆଲୋଚନାର ବିଷୟ ହୋଇଛି। କପଶିଳା ଗାଁର ରୁଗୁଡିପଡାଠାରୁ ତେଲନଦୀ ଖଣ୍ଡିକୁ ଯାଇଥିବା ରାସ୍ତାକୁ ଠିକାଦାର ପରିବାରର ରାଜନେତା ଜଣକ ରାସ୍ତା ମରାମତି କାମ କରାଇଥିବା ଗାଁ ଲୋକଙ୍କଠାରୁ ଜଣାପଡିଛି। ଏହି ରାସ୍ତାକୁ ମରାମତି କରିବା ପାଇଁ ଏନଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରି ଫେଲ ମାରିଥିଲେ ଗାଁ ଲୋକେ । ହେଲେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ରାସ୍ତା ମରାମତି ହୋଇଥିବାରୁ ନେତାଙ୍କ ଦାନ ନା ଦକ୍ଷିଣା ବୋଲି ଗାଁ ଲୋକେ ପ୍ରଶ୍ନ କରିଛନ୍ତି। ଏନେଇ ତୁଷୁରା ଏନଏସିର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ବେହେରାଙ୍କୁ ପଚରାଯିବାରୁ କପଶିଳା ଗାଁରେ ଏନଏସି ପକ୍ଷରୁ କୌଣସି କାମ ହୋଇ ନାହିଁ ବୋଲି କହିଛନ୍ତି। ଏଣୁ ନିର୍ବାଚନ ବେଳେ ରାସ୍ତା ନିର୍ମାଣ କରିଥିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଦାବି ହେଉଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories