www.samajalive.in
Thursday, December 11, 2025
26.1 C
Bhubaneswar

ଦିନକୁ ୩୦୦ କୋଟି ଆୟ କରୁଛନ୍ତି ମୁକେଶ ଅମ୍ବାନୀ, ସପ୍ତମ ଥର ଦେଶର ସବୁଠୁ ଧନୀ

ନୂଆଦିଲ୍ଲୀ : ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଗତ ଏକ ବର୍ଷ ହେବ ଦିନକୁ ୩୦୦ କୋଟି ଟଙ୍କା ଲେଖାଏଁ ବୃଦ୍ଧି ପାଇଛି। ବାର୍କଲେଜ ହୁରୁନ୍‍ ଇଣ୍ଡିଆ ରିଚ୍‍ ଲିଷ୍ଟ-୨୦୧୮ରେ ଏହି କଥା ପ୍ରକାଶ ପାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୩ ଲକ୍ଷ ୭୧ ହଜାର କୋଟି ଟଙ୍କାର ସମ୍ପତ୍ତି ସହ ସପ୍ତମ ଥର ପାଇଁ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ଗୋଟିଏ ବର୍ଷରେ ତାଙ୍କର କମ୍ପାନୀ ସେୟାର ମୂଲ୍ୟ ୪୫% ବୃଦ୍ଧି ପାଇଛି। ତାଙ୍କ ପଛକୁ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଯଥାକ୍ରମେ ଏସ୍‍ପି ହିନ୍ଦୁଜା ଆଣ୍ଡ ଫାମିଲି, ଏଲଏନ୍‍ ମିତ୍ତଲ ଆଣ୍ଡ ଫାମିଲି ଓ ଅଜିମ ପ୍ରେମଜି ରହିଛନ୍ତି। ସେମାନଙ୍କ ସମ୍ପତ୍ତି ଯଥାକ୍ରମେ ୧ ଲକ୍ଷ ୫୯ ହଜାର କୋଟି, ୧ ଲକ୍ଷ ୧୪ ହଜାର କୋଟି ଏବଂ ୯୬ ହଜାର ୧୦୦ କୋଟି ଟଙ୍କା ରହିଛି। ଏହି ତାଲିକାରେ ୧,୦୦୦ କୋଟି ଅବା ଏହାଠାରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ଲୋକଙ୍କୁ ସାମିଲ କରାଯାଇଛି। ୨୦୧୭ରେ ଏହି ତାଲିକାରେ ୬୧୭ ଜଣ ସ୍ଥାନ ପାଇଥିଲା ବେଳେ ୨୦୧୮ରେ ଏହା ବଢି ୮୩୧ରେ ପହଞ୍ଚିଛି। ଅର୍ଥାତ ଭାରତରେ ୮୩୧ ଜଣଙ୍କ ନିକଟରେ ୧,୦୦୦ କୋଟି ଅବା ଏହାଠାରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି। ତାଲିକାର ପଞ୍ଚମ ସ୍ଥାନରେ ଦିଲୀପ ସିଂଘଭୀ, ଷଷ୍ଠ ସ୍ଥାନରେ ଉଦୟ କୋଟାକ, ସପ୍ତମରେ ସାଇରସ୍‍ ଏସ୍‍ ପୁନାୱାଲା, ଅଷ୍ଟମରେ ଗୌତମ ଆଦାନୀ ଆଣ୍ଡ ଫାମିଲି ଏବଂ ନବମ ସ୍ଥାନରେ ଶାପୁର ପାଲୋନଜି ମିସ୍ତ୍ରି ଅଛନ୍ତି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories