www.samajalive.in
Monday, December 8, 2025
27.1 C
Bhubaneswar

ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା, ଆଉ ୪ ଅଭିଯୁକ୍ତ ଗିରଫ

ପୁରୀ: ଶ୍ରୀମନ୍ଦିର ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା । ଘଟଣାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି । ଏହି ହତ୍ୟା ଘଟଣାରେ ଆଉ ୪ଜଣଙ୍କୁ ଗିରଫ କରାଯାଇଥିବା ପୁରୀ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତାହା ସହ ଏତଲାରେ ନାମ ଥିବା ୩ଜଣଙ୍କ  ସହ ଆଉ ଜଣେ ମଧ୍ୟ ଗିରଫ ହୋଇଥିବା ଏସପି କହିଛନ୍ତି ।  ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଓ ଜଗନ ଖଟେଇ ବୋଲି ପୁଲିସ ସୂଚନା ଦେଇଛି ।

ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କୋରାପୁଟରୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି । ଏସପିଙ୍କ ସୂଚନା ଅନୁସାରେ ହତ୍ୟା ପରେ ଅଭିଯୁକ୍ତ ମାନେ ବାଇକ ଯୋଗେ ସାତପଡ଼ା ଚାଲିଯାଇଥିଲେ   । ସେଠାରେ ଚିଲିକାକୁ ଯାଇ ଗୋଟିଏ ବୋଟରେ ଦୁଇ ରାତି କଟାଇଥିଲେ । ପରେ ସେଠାରୁ ରାଜ୍ୟ ବାହାରକୁ ଯିବାକୁ ପ୍ରୟାସ କରୁଥିବା ବେଳେ ପୁଲିସ ସେମାନଙ୍କୁ ଧରିଛି ବୋଲି ଏସପି ସୂଚନା ଦେଇଛନ୍ତି । ତାହା ସହ ଏସପି ଆହୁରି କହିଛନ୍ତି  ଗିରଫ ହୋଇଥିବା ଏହି ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ । ରିମାଣ୍ଡରେ ଆଣିବା ପରେ ପ୍ରଥମେ କ୍ରାଇମ୍‌ ସିନ୍‌ ରିକ୍ରିଏଟ କରାଯିବ । ଅଭିଯୁକ୍ତ ଧରାପଡ଼ିଛନ୍ତି ଆଗକୁ ତଦନ୍ତ ଆହୁରି ହେବ ବୋଲି ସାମ୍ବାଦିକ ସମ୍ମିଳନୀ​‌ରେ ପୁରି ଏସପି କନୱର ବିଶାଲ ସିଂ କହିଛନ୍ତି ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories