www.samajalive.in
Monday, December 8, 2025
20.1 C
Bhubaneswar

ଗାଁ ଗାଁରେ ସଫେଇବାଲା କାର୍ଯ୍ୟକ୍ରମ ଆରମ୍ଭ

ସୁଆଣ୍ଡୋ: ପୁରୀ ଜିଲ୍ଲା ସତ୍ୟବାଦୀର ସାମାଜିକ ଅନୁଷ୍ଠାନ ଗରିବର ସାଥୀ ପକ୍ଷରୁ ଗାଁ ଗାଁରେ ସଫେଇବାଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସତ୍ୟବାଦୀରେ ରହିଥିବା ସମସ୍ତ ଦେବାଦେବୀମାନଙ୍କ ମନ୍ଦିର ପରିସର ଓ ତାହାର ଚାରିପାଖ ସଫେଇ କରାଯିବ ବୋଲି ଅନୁଷ୍ଠାନର ଲକ୍ଷ୍ୟ ବୋଲି କୁହାଯାଇଛି। ସୋମବାର ସାକ୍ଷୀଗୋପାଳ ମନ୍ଦିର ନିକଟରୁ ହାତରେ ଝାଡୁ, କୋଦାଳ ଓ ଝୁଡି ଧରି ଯୁବକମାନେ ସଫେଇ ଅଭିଯାନ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ସନ୍ଦୀପ ମହାପାତ୍ର, କୈଳାସ ପଲେଇ, ପ୍ରଭାକର ବେହେରା, ମାନସ ପ୍ରଧାନ, ବିଜୟ ପରିଡା, ବାଲୁଙ୍କେଶ୍ୱର ମହାପାତ୍ର, ସୁନିଲ ମହାରଣା ପ୍ରମୁଖ ସଭ୍ୟମାନେ ଯୋଗଦାନ କରିଥିଲେ। ଏହି ସଫେଇ କାମକୁ ଲୋକମାନେ ପ୍ରଶଂସା କରୁଥିବା ଜଣାପଡିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories