www.samajalive.in
Tuesday, December 9, 2025
16.1 C
Bhubaneswar

ଲାଞ୍ଜିଗଡ଼ ନୋଡାଲ ସ୍କୁଲରେ ୧୨ ରୁ ୧୪ ବର୍ଷ ପିଲାଙ୍କୁ କରୋନା ଟିକା 

ଲାଞ୍ଜିଗଡ଼ : କରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ସ୍କୁଲ ସବୁ ବନ୍ଦ ରହିଥିବା ବେଳେ ବର୍ତ୍ତମାନ ସ୍କୁଲ ସବୁ ଖୋଲି କ୍ଲାସ ଆରମ୍ଭ ହେଲାଣି । ଏଥିପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।ସୁରକ୍ଷା ଦୃଷ୍ଟିରୁ ୧୨ ରୁ ୧୪ ବର୍ଷ ପିଲାଙ୍କୁ କୋଭିଡ଼ ଟିକା ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଲାଞ୍ଜିଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି । ନୋଡାଲ ସ୍କୁଲ ପ୍ରଧାନ ଶିକ୍ଷକ ରାଧମାଧଵ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟିକାକରଣ ଆରମ୍ଭ ହୋଇଥିଲା । ସମୁଦାୟ ୮୦ ଜଣ ଛାତ୍ରଛାତ୍ରୀଙ୍କୁ ଟିକା ପ୍ରଦାନ କରାଯାଇଛି । ଡାକ୍ତର ନରେନ୍ଦ୍ର ଦାସ ପ୍ରଥମେ ପିଲାଙ୍କ ସ୍ୱାସ୍ଥ୍ୟ  ପରୀକ୍ଷା କରିଥିବା ବେଳେ ଭେକ୍ସିନେଟର ଜନ୍ମିତା ପାତ୍ର ପିଲାଙ୍କୁ ଟିକା ଦେଇଥିଲେ । ଏହି ଟିକାକରଣ ପରେ ଅବିଭାବକମାନେ ଖୁସି ପ୍ରକଟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍କୁଲ ଶିକ୍ଷକ ମନୋଜ ମହାକୁଡ଼,ଡମ୍ବରୁ ସାହୁ, ଦୁର୍ଗମାଧଵ ମହାକୁଡ଼, ହେମାମାଳିନୀ ସାହୁ,ରିତା ରାଉତ, ମୋନାଲିସା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories