www.samajalive.in
Monday, December 8, 2025
27.1 C
Bhubaneswar

ବାତେଲିମା ପଞ୍ଚାୟତରେ ନବନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ସମ୍ବର୍ଦ୍ଧନା

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ବାତେଲିମା ପଞ୍ଚାୟତରେ ଉମେସ ସାମଲ ମେମୋରିଆଲ କ୍ଲବ ଓ ମାଁ ଭୈାରବ କ୍ଲବ ମିଳିତ ଆନୁକୁଲ୍ୟରେ ବାତେଲିମା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ବିଆରସିସି ତଥା ପୁର୍ବତନ ପ୍ରଧାନ ଶିକ୍ଷକ ଗୋପବନ୍ଧୁ ପୃଷ୍ଟି ଓ ଡ.ନରେନ୍ଦ୍ର ଦାସ ଉପସ୍ଥିତ ରହି ଦୁଇ ନିର୍ବାଚିତ ସରପଞ୍ଚ କରୁଣା ମାଝୀ ଓ ସମିତିସଭ୍ୟ ଗୋବିନ୍ଦ ନାଏକଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଏଥିରେ ନବ ନିର୍ବାଚିତ ସରପଞ୍ଚ କରୁଣା ମାଝୀ ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଚାୟତ ଅଞ୍ଚଳରେ ଯାହାବି ସମସ୍ୟା ଅଛି ତାହାର ସମାଧାନ ହେବ ପଞ୍ଚାୟତରେ ଥିବା ବିଭିନ୍ନନ ଗାଁ ଗୁଡିକର ବିକାଶ କିଭଳି ହେବ ସେ ଦିଗରେ ଚେଷ୍ଟା କରାଯିବ ବୋଲି ମତବ୍ୟକ୍ତ କରିଥିବା ବେଳେ ନୁତନ ସମିତିସଭ୍ୟ ଗୋବିନ୍ଦ ନାଏକ ପଞ୍ଚାୟତର ଉନ୍ନତି ପାଇଁ ପଞ୍ଚାୟତ ସମିତିରୁ ଅନୁଦାନ ଆଣି ଅଞ୍ଚଳରେ ଥିବା ବିଭିନ୍ନ ଉନ୍ନୟନ ମୁଳକ କାମ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉମେସ ସାମଲ ମେମୋରିଆଲ କ୍ଲବର ସଭାପତି ମୁରଲୀ ନାଏକ,ସମ୍ପାଦକ ରମ୍ୟରଞ୍ଜନ ସାମଲ ଓ ମାଁ ଭୈାରବି କ୍ଲବର ସଭାପତି ଭକ୍ତ ଦୋରା,ସମ୍ପାଦକ ଗୋପବନ୍ଧୁ ପାତ୍ର, ଉପଦେଷ୍ଟା ବିଜୟ କୁମାର ସାମଲ, ଗାଁର ଗଉନ୍ତିଆ ରଣଦିପ ପାତ୍ର,ହରମୋହନ ଦଣ୍ଡସେନା, ଚିତ୍ତରଞ୍ଜନ ପାତ୍ର ତଥା କ୍ଲବର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories