www.samajalive.in
Monday, December 8, 2025
17.1 C
Bhubaneswar

ଟ୍ରକ ଧକ୍କାରେ ଯୁବକ ମୃତ

ପାଟଣା : ପାଟଣା-ଢେଙ୍କିକୋଟ ରାଞ୍ଚି ବିଜୟୱାଡା ରାସ୍ତା ପାଟଣା ବଜାର ବାଇପାସ ନିକଟରେ ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ଜଣେ ୧୯ ବର୍ଷୀୟ ଯୁବକଙ୍କ ଉପରେ ଏକ ୧୪ ଚକିଆ ଟ୍ରକ ମାଡି ଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।

ଅପରାହ୍ନ ସାଢେ଼ ୩ଟା ସମୟ ରେ ଚୁଟିଆପଶି ଗ୍ରାମର କପିଳେନ୍ଦ୍ର ଦାସ ଙ୍କ ପୁଅ ସମରା ଦାସ(୨୧) ପାଟଣା ବାଇପାସ ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଏକ ୧୪ ଚକିଆ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା ।   ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଟ୍ରକ ଚାଳକ ତୁରନ୍ତ ପାଟଣା ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରି ପାଟଣା ଡାକ୍ତର ଖାନାକୁ ଆଣିଥିଲେ । ସମରା ଦାସ ତିନିମାସ ପୂର୍ବରୁ ମୋବାଇଲ ଫୋନ ପାଇଁ ବାପା କପିଳେନ୍ଦ୍ର ଦାସ ସହିତ ଝଗଡ଼ାକରି ମାନସିକ ଭାବେ ବିକାର ଗସ୍ତ ହୋଇଥିବା ଜଣାପଡିଛି । ପାଟଣା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories