www.samajalive.in
Sunday, December 7, 2025
15.1 C
Bhubaneswar

ଅଭିଯୋଗକାରିଣୀ କେରଳୀ ନନ୍‍ଙ୍କ ପରିବାରକୁ ହତ୍ୟା ଧମକ ଦେଲେ ବିଶପଙ୍କ ସମ୍ପର୍କୀୟ

କୋଚି : ନନ୍‍ଙ୍କ ବଳାତ୍କାର ମାମଲାରେ ଗିରଫ ଜଳନ୍ଧର ବିଶପ୍‍ ଫ୍ରାଙ୍କୋ ମୁଲାକାଲଙ୍କୁ ଆକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମୁଲାକାଲଙ୍କ ଦୁଇଦିନିଆ ହଜାତ ମିଆଦ ସୋମବାର ଶେଷ ହେବା ପରେ ତାଙ୍କୁ କୋଟ୍ଟାୟମ ମାଜିଷ୍ଟ୍ରେଟ୍‍ଙ୍କ ଅଦାଲତରେ ହାଜର କରାଯାଇଥିଲା। ମାଜିଷ୍ଟ୍ରେଟ୍‍ ତାଙ୍କୁ ୧୨ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ ନିର୍ଦେଶ ଦେଇଥିଲେ। ରବିବାର ବିଶପ୍‍ଙ୍କୁ କୁରାବିଲଙ୍ଗଡ଼ସ୍ଥିତ ସେଣ୍ଟ ଫ୍ରାନ୍‍ସିସ୍‍ ମିଶନ ହୋମ୍‍କୁ ନିଆଯାଇଥିଲା। ଏଠାକାର ଅତିଥି ଭବନରେ ସେ ଅଭିଯୋଗକାରିଣୀ ନନ୍‍ଙ୍କୁ ୨୦୧୪ରୁ ୨୦୧୬ ମଧ୍ୟରେ ୧୩ଥର ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।
ଅପରପକ୍ଷରେ ଅଭିଯୋଗକାରିଣୀ କେରଳୀ ନନ୍‍ଙ୍କ ଭଉଣୀ ତାଙ୍କ ପରିବାରକୁ ହତ୍ୟା ଦମକ ଦିଆଯାଉଥିବା ସମ୍ପର୍କରେ ପୁଲିସକୁ ଅବଗତ କରିଛନ୍ତି। ଥୋମାସ ଚତୁପରମ୍ବନ୍‍ ଓ ଉନି ନାମକ ବିଶପ୍‍ଙ୍କ ଦୁଇ ଜଣ ସମ୍ପର୍କୀୟ ତାଙ୍କ ପୁଅ ଓ ଭାଇଙ୍କୁ ଧମକ ଚମକ ଦେଉଥିବା ନନ୍‍ଙ୍କ ଭଉଣୀ ଅଭିଯୋଗରେ ଦର୍ଶାଇଛନ୍ତି। ପରିବାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ସେ ପୁଲିସକୁ ନିବେଦନ କରିଛନ୍ତି।
ଅନ୍ୟ ଏକ ଘଟଣାକ୍ରମେ ଚର୍ଚ୍ଚ କର୍ତ୍ତୃପକ୍ଷ ଗତ ୧୩ଦିନ ଧରି ବିଶପ୍‍ଙ୍କ ଗିରଫ ଦାବିରେ କେରଳ ହାଇକୋର୍ଟ ସମ୍ମୁଖରେ ଆନ୍ଦୋଳନ ଚଳାଇଥିବା ୫ଜଣ ନନ୍‍ଙ୍କ ବିରୋଧରେ ଗ୍ରହଣ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ସୋମବାର ପ୍ରତ୍ୟାହାର କରିନେଇଛନ୍ତି। ଏହି ନନ୍‍ମାନଙ୍କୁ ଚର୍ଚ୍ଚ ପକ୍ଷରୁ ସେମାନଙ୍କ କାର୍ଯ୍ୟରୁ ଅନ୍ତର କରାଯାଇଥିବା ନେଇ ସିଷ୍ଟର ଲୁସୀ ରବିବାର ଅଭିଯୋଗ କରିଥିଲେ। ଆନ୍ଦୋଳନକାରୀ ନନ୍‍ଙ୍କୁ ବିଭିନ୍ନ ମହଲରୁ ସମର୍ଥନ ମିଳୁଥିବା ସେ ଦର୍ଶାଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories