www.samajalive.in
Tuesday, December 9, 2025
17.1 C
Bhubaneswar

ରୁଷ-ୟୁକ୍ରେନ ଯୁଦ୍ଧର କରୁଣ ପରିଣତି ; ଆଖିବୁଜିଲେ ମାଆ,ଗର୍ଭସ୍ଥ ଶିଶୁ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧକୁ ୧୯ ଦିନ ବିତିଛି। କିଭ୍‍ ଓ ଖାରକିଭ୍‍ ଭଳି ସହରକୁ ଅଧିକୃତ କରିବା ପାଇଁ ରୁଷ ପକ୍ଷରୁ ଜାରି ରହିଛି ଦ୍ରୁତ ଆକ୍ରମଣ। ରୁଷ ସବୁଠାରୁ ବଡ ଆକ୍ରମଣ ମାରିୟୁପୋଲ ସହରରେ କରିଛି। ବିିଭିନ୍ନ ଅଞ୍ଚଳ ସହ ମେଟରନିଟି ହସ୍ପିଟାଲକୁ ମଧ୍ୟ  ବୋମା ମାଡ କରିଛି।
ଏହା ମଧ୍ୟରେ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ବିସ୍ଫୋରଣ ହୋଇଥିବା ହସ୍ପିଟାଲରୁ ଜୀବନ ରକ୍ଷା କରିବା ପାଇଁ ଚେଷ୍ଟା କରୁଥିବା ଜଣେ ଗର୍ଭବତୀ ମହିଳା ଓ ତାଙ୍କ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ ହୋଇଛି। ବେ।ମା ମାଡ ଖୁବ ଭୟଙ୍କର ଥିବା ସହ ଶୀଘ୍ର ଶୀଘ୍ର ହସ୍ପିଟାଲ କର୍ମଚାରୀ ହସ୍ପିଟାଲ ଖାଲି କରୁଥିଲେ।

ନିକଟରେ ବିସ୍ଫୋରଣର ଶିକାର ହୋଇଥିବା ମେଟରନିଟି ହସ୍ପିଟାଲର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ଗୁରୁତର ଆହତ ହୋଇଥିବା ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ଏହାପରେ ଡାକ୍ତର ତାଙ୍କର ଅସ୍ତ୍ରୋପଚାର ସମୟରେ ଗର୍ଭସ୍ଥ ଶିଶୁକୁ ରକ୍ଷା କରିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ମହିଳାଙ୍କ ଅବସ୍ଥା ଖୁବ ଗୁରୁତର ଥିବାରୁ ଗର୍ଭସ୍ଥ ଶିଶୁର ଜୀବନ ରକ୍ଷା କରିବା ସମ୍ଭବ ହୋଇ ପାରି ନଥିଲା।

- Advertisement -

ଅଧିକାରୀଙ୍କ କହିବାନୁସାରେ, ଆହତ ମହିଳାଙ୍କୁ ଶୀଘ୍ର ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ପ୍ରଥମେ  ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କ ଶିଶୁକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତେବେ ମହିଳାଙ୍କ ଅବସ୍ଥା ଖୁବ ଗୁରୁତର ଥିବା ସହ ତାଙ୍କ କ୍ଷତ ମଧ୍ୟ ଗଭୀର ଥିଲା। ଏପରିକି ତାଙ୍କ ଅଣ୍ଟା ହାଡ ମଧ୍ୟ ଭାଙ୍ଗି ଯାଇଥିଲା। ଏହି ସମୟରେ, ଡାକ୍ତରମାନେ ଅସ୍ତ୍ରୋପଚାର କରିବା ପରେ ମଧ୍ୟ ଶିଶୁଟିର ଜୀବନ ବଞ୍ଚାଇ ପାରି ନଥିଲେ। ଡାକ୍ତରଙ୍କ କହିବାନୁସାରେ, ତାଙ୍କ ପିଲାଟି ମରିଯାଇଥିବା ଦେଖି ମହିଳା ଜଣକ ମଧ୍ୟ ତାଙ୍କୁ ମାରିଦେବାକୁ ଅନୁରୋଧ କରିଥିଲେ।

ଡାକ୍ତରମାନେ କହିଛନ୍ତି, ପ୍ରସବ ପରେ ସେମାନେ ମହିଳାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ପ୍ରାୟ ଅଧ ଘଣ୍ଟା ପରେ ସେ ମୃତ୍ୟୁ ବରଣ କରିଥିଲେ। ମହିଳାଙ୍କ ଜୀବନ ରକ୍ଷା କରିବାର ତତ୍ପରତା ମଧ୍ୟରେ ଡାକ୍ତର ଏବଂ ଡାକ୍ତରଖାନା ପ୍ରଶାସନ ମହିଳାଙ୍କ ନାମ ଜାଣିପାରିଲେ ନାହିଁ। ତେବେ ପରେ ମହିଳାଙ୍କ ସ୍ୱାମୀ ଏବଂ ବାପା ତାଙ୍କ ମୃତଦେହକୁ ନେଇ ଯାଇଥିଲେ।

ମାରିୟୁପୋଲରୁ ଆଉ ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଯେଉଁଥିରେ ଗର୍ଭବତୀ ମହିଳାମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡୁଥିବାର ଦେଖାଯାଇଥିଲା। ବୋମା ବିସ୍ଫୋରଣରୁ ବଞ୍ଚିଥିବା ଜଣେ ମହିଳା କହିଥିଲେ, ବୋମା ବିସ୍ଫୋରଣର ଗୋଟିଏ ଦିନ ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ଥିଲେ। ବୋମା ବିସ୍ଫୋରଣ ଦିନ ସାମ୍ନାକୁ ଆସିଥିବା ତାଙ୍କ ଫଟୋରେ ସେ ଏକ ବ୍ୟାଗ ଧରି କଷ୍ଟରେ ଦୌଡୁଥିବାର ନଜର ଆସିଥିଲେ। ମାର୍ଚ୍ଚ ୯ ରେ ଏହି ଘଟଣା ଘଟିଥିବା କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories