www.samajalive.in
Monday, December 8, 2025
27.1 C
Bhubaneswar

କିଭ୍‌ ଦଖଲ ପାଇଁ ରୁଷିଆର ଜୋରଦାର ପ୍ରୟାସ, ୩ ପଟୁ ଘେରିଲାଣି ସେନା

କିଭ୍‌: ଭୟଙ୍କର ହେଉଛି ରୁଷ-ୟୁକ୍ରେନ୍‌ ଯୁଦ୍ଧ । ଦିନକୁ ଦିନ ଦୁଇ ଦେଶ ମଧ୍ୟରେ ଉଗ୍ରରୂପ ଧାରଣ କରୁଛି ଲଢ଼େଇ । ଆଜି ଯୁଦ୍ଧକୁ ୧୮ ଦିନ ହୋଇଥିବା ବେଳେ ରୁଷିଆ ଆହୁରି କଠୋର ନିଷ୍ପତ୍ତି ନେଇଥିବା ଦେଖିବାକୁ ମିଳିଛି । ୟୁକ୍ରେନର ରାଜଧାନୀ କିଭକୁ ଦଖଲ ପାଇଁ ସୈନ୍ୟ ବଢ଼ାଇଛି ରୁଷିଆ । କିଭ ଦଖଲ ପାଇଁ ରୁଷିଆ ନିର୍ଣ୍ଣାୟକ ଲଢ଼େଉ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ରାଜଧାନୀ କିଭର ୩ ପଟୁ ଘେରିଛନ୍ତି ରୁଷ ସେନା ।

କିଭ୍‌ ଅଭିମୁଖେ ରୁଷର ସେନା ଦ୍ରୁତ ଗତିରେ ମାଡିଆସୁଥିବା କୁହାଯାଉଛି । ତାହା ସହ କିଭ୍‌ ସହରର ଓବ୍ଲାଷ୍ଟ ଉପରେ ଜୋରଦାର ବୋମା ମାଡ଼ କରୁଛି ରୁଷ । ଆଜି ସକାଳେ କିଭ୍‌ର ଗ୍ରୀନ କରିଡରକୁ ମଧ୍ୟ ରୁଷ ସେନା ଆକ୍ରମଣ କରିଛି । ଗ୍ରୀନ କରିଡରରେ କିଛି ମହିଳାଙ୍କ ସମେତ ଶିଶୁଙ୍କ ମୃତ୍ୟୁ ହୋଇଛି । ଖାଲି ସେତିକି ନୁ​‌ହେଁ କିଭରେ ସବୁ ସମୟରେ ଏୟାର ଆଟାକ୍‌ ସାଇରନ୍‌ ବାଜୁଥିବା ମଧ୍ୟ ଶୁଣିବାକୁ ମିଳୁଛି । କିଭକୁ ଦଖଲ କରିବାକୁ ରୁଷ ତିନି ପଟୁ ଘେରିରହି ଆକ୍ରମଣ କରୁଛି ।

- Advertisement -

ଉତ୍ତରରେ ଥିବା ଇରପିନ ପଟୁ ରୁଷ ସେନା ଧସେଇ ପଶୁଛି । ପଶ୍ଚିମରେ ପ୍ରବେଶ ପଥ ବୁଚା ପଟେ କିଭକୁ ପଶିବାକୁ ଉଦ୍ୟମ କରୁଛି ରୁଷ ଏବଂ ପୂର୍ବରେ ବ୍ରୋବରୀ ପଟୁ ରୁଷିଆ ସେନା କିଭରେ ପଶିବାକୁ ଉଦ୍ୟମ କରୁଛି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories