www.samajalive.in
Monday, December 8, 2025
27.1 C
Bhubaneswar

ଗାଡ଼ି ମଡ଼ାଇଦେଲେ ବିଧାୟକ, ୭ ପୁଲିସ କର୍ମଚାରୀଙ୍କ ସହ ୨୭ ଆହତ

ବାଲୁଗାଁ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ମଡ଼ାଇବା ଘଟଣା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ଲୋକଙ୍କ ଆକ୍ରମଣରେ ବିଧାୟକ ଆହତ ମଧ୍ୟ ହୋଇଛନ୍ତି । ବିଧାୟକଙ୍କୁ ପ୍ରଥମେ ଟାଙ୍ଗି ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଆଜି ବାଣପୁର ବ୍ଲକ ନିକଟରେ ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଗାଡ଼ିମଡ଼ାଇ ଦେଇଥିଲେ । ଗାଡ଼ି ଧକ୍କାରେ ମୋଟ୍‍ ୨୭ ଜଣ ଲୋକ ଆହତ ହୋଇଥିବା ବେଳେ ଜଣଭ୍କ ମୃତ୍ୟୁ ହୋଇଥିବା  ସୂଚନା ମଳିଛି । ତେବେ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଆହତଙ୍କ ମଧ୍ୟରେ ଜଣେ ଆଇଆଇସିଙ୍କ ସହ ୭ଜଣ ପୁଲିସ କର୍ମଚାରୀ ରହିଛନ୍ତି । ବିଧାୟକଙ୍କ ଗାଡ଼ି ଆଗରୁ ବର୍ତ୍ତିନାହନ୍ତି ସାମ୍ବାଦିକ । ୨ଜଣ ସମ୍ବାଦିକ ମଧ୍ୟ ଏହି ଘଟଣାରେ ଆହତ ହୋଇଛନ୍ତି ।

ଅନ୍ୟମାନେ ବିଭିନ୍ନ ଦଳର ସମର୍ଥକ ହୋଇଥିବା ଜଣାପଡ଼ିଛି ।  ତେବେ ଏଯାଏ ଏହି ଘଟଣାରେ କାହାର ମୃତ୍ୟୁ ହୋଇଥିବା ସୂଚନା ମିଳିନାହିଁ । ଘଟଣାକୁ ନେଇ ବାଲୁଗାଁ ଏସଡିପିଓ ପ୍ରତିକ୍ରିୟା ରଖିଛନ୍ତି । ଏସଡିପିଓ କହିଛନ୍ତି ବିଧାୟକ ଗାଡ଼ି ମଡ଼ାଇଦେବାରୁ ୨୭ ଜଣ ଆହତ ହୋଇଛନ୍ତି । ଏଥିରେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ୨ଜଣ ସାମ୍ବାଦିକଙ୍କ ସହ ୧୫ ଜଣ ବିଜେପି କର୍ମୀ ଓ ଜଣେ ବିଜେଡି କର୍ମୀ ଆହତ ହୋଇଛନ୍ତି ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories