www.samajalive.in
Monday, December 8, 2025
27.1 C
Bhubaneswar

ଖରାଦିନେ ଲସି ପିଇବାର ଲାଭ

ଖରାଦିନରେ କିଛି ସ୍ୱତନ୍ତ୍ର ପାନୀୟ ପିଇବା ନିତ।ନ୍ତ ଆବଶ୍ୟକ। ଏହାଦ୍ୱାରା ପେଟ ଥଣ୍ଡା ରହିବା ସହ ପେଟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ ଖରାଦିନରେ ବିଶେଷ କରି ଦହି ଲସି ଓ  ସରବତ ପିଇବା ଖୁବ ଲାଭଦାୟକ। ଜାଣନ୍ତୁ ଏହାର ଉପକାରୀ ଗୁଣ ବିଷୟରେ…..
୧- ଖରାଦିନରେ ଦହି ପିଇବା ଦ୍ୱାରା ପେଟ ଥଣ୍ଡାସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
୨- ଯେଉଁମାନଙ୍କ ଅନିଦ୍ରା ଜନିତ ସମସ୍ୟା ରହିଛି, ସେମାନେ ଦହି ପିଇବା ଖୁବ ହିତକାରକ।
୩- ଦହିରେ ଉତ୍ତମ ବ୍ୟାକ୍ଟେରିଆ ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଖାଦ୍ୟ ହଜମ ହେବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ।
୪- ଯେଉଁମାନଙ୍କ କୋଷ୍ଠକାଠିନ୍ୟ ଜନିତ ସମସ୍ୟା ରହୁଛି, ସେମାନେ ଦହି ସହ ଜୁଆଣୀ ମିଶାଇ ପିଇବା ବେଶ ଲାଭଦାୟକ।
୫- ପେଟ ସଫା ରଖିବା ପାଇଁ ଦହି ସରବତରେ ପୁଦିନାପତ୍ର ମିଶାଇ ପିଅନ୍ତୁ।
୬- ଯେଉଁମାନଙ୍କର ଖାଦ୍ୟ ହଜମ ଜନିତ ସମସ୍ୟା ରହିଛି, ସେମାନେ ନିୟମିତ ଜିରାଗୁଣ୍ଡକୁ ଦହିରେ ମିଶାଇ ପିଅନ୍ତୁ।
୭- ନିୟମିତ ଖରାଦିନରେ ଗୋଟେ ଗ୍ଲାସ ଦହି ସରବତ ପିଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିବା ସହ ହାଲିଆ ଅନୁଭବ ହୋଇନଥାଏ।
୮- ଦହି ସରବତରେ ଭିଟାମିନ ସି, ଏ, ଇ ଓ ବି ରହିଛି। ଯାହା ଶାରୀରକୁ ଅନେକ ପୋଷକ ତତ୍ତ୍ୱ ଯୋଗାଇଥାଏ।
ନିୟମିତ ଦହିରେ ଅଳ୍ପ ପାଣି ମିଶାଇ ଏଥିରେ ଚିନି ପକାଇ ପେଷି ଦିଅନ୍ତୁ। ଏହାକୁ ନିମୟିତ ପିଇଲେ ପେଟ ଥଣ୍ଡା ରହିବା ସହ ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଶରୀରକୁ ପର୍ୟ୍ୟାପ୍ତ ପରିମାଣରେ ଶକ୍ତି ମିଳିଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories