କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ପଲିଗାଁରେ ଜଣେ ଯୁବତୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବତୀ ଜଣକ ବୃନ୍ଦାବନ ବାଗମାରୁଙ୍କ ସ୍ତ୍ରୀ ହେମଲତା ବାଗମାରୁ(୨୨)। ମୃତ ଯୁବତୀଙ୍କ ଘର କାଶିପୁର ବ୍ଲକ ସାଗବାଡି ଗାଁରେ। ପ୍ରାୟ୨୧ ଦିନ ହେବ ସେ ବୃନ୍ଦାବନଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ସୁକୁମା ହଂସୁଦା କହିଛନ୍ତି।



