www.samajalive.in
Monday, December 8, 2025
20.1 C
Bhubaneswar

ଜାମୁଟରେ ୨୮ତମ ମହାଶିବରାତ୍ରି ଜାଗର ମେଳା ଅନୁଷ୍ଠିତ

ଗୁଡଭେଲା : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ସ୍ଥିତ ଶକ୍ତି ମଣ୍ଡଳ ଯୋଗାଶ୍ରମଠାରେ ଶିବରାତ୍ରୀ ଉପଲକ୍ଷେ ୨୮ତମ ମହାଶିବରାତ୍ରି ଜାଗର ମେଳା ସହ ମହାଶିବ ଶକ୍ତି ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ଗାଁର ଶତାଧିକ ମହିଳା ନିକଟସ୍ଥ ଖଡଙ୍ଗ ନଦୀରୁ ଢୋଳ ମୃଦଙ୍ଗ ସହ ଶଙ୍ଖ ଧ୍ବନିରେ ତାଳେ ତାଳେ ପୂର୍ଣ୍ଣ କଳସୀ ଆଣି ଯଜ୍ଞ ମଣ୍ଡପ ସ୍ଥାପନ କରାଯାଇଥିଲା । ଏହାପରେ ମଙ୍ଗଳବାର ଦିନ ନାମାରମ୍ଭ ହୋଇଥିଲା । ଏଥିରେ ଜିବର୍ଦ୍ଧନ ବେହେରା ଓ ପତ୍ନୀ ସନ୍ତୋଷିନୀ ବେହେରା କର୍ତ୍ତା ଦାୟିତ୍ଵ ତୁଲାଇ ଥିବାବେଳେ ଶ୍ରୀନିବାସ ମିଶ୍ର ପୂଜକ ଓ ସନାର୍ତ୍ତନ ମିଶ୍ର ଜପକ କାର୍ଯ୍ୟ ତୁଲାଇଥିଲେ।  ପବିତ୍ର ଶିବରାତ୍ରି ଫାଲଗୁନ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ  ଜାମୁଟ  ମଣ୍ଡଳ ଯୋଗାଶ୍ରମଠାରେ ବାବା ଶକ୍ତି  ଭୂଷଣାନନ୍ଦ ସରସ୍ୱତୀ ଓ ସ୍ବର୍ଗତ ବାବା ଜୟ କିଶୋରାନନ୍ଦ ସରସ୍ୱତୀଙ୍କ ନିର୍ଦ୍ଦେଶରେ ଆଜିକୁ ୨୮ ବର୍ଷ ହେବ  ମହାଶିବରାତ୍ରି ଜାଗର ମେଳା ଓ ଶିବଶକ୍ତି ନାମଯଜ୍ଞ ଅନୁଷ୍ଠିତ ହୋଇ ଆସୁଅଛି । ଏଥିରେ ଶହ ଶହ ଶ୍ରଦ୍ଧାଳୁ ମାନସିକ ଦୀପ ଜାଳିବା ସହ ଉଜାଗର ରହିଥିଲେ। ବୁଧବାର ଦିନ ପୂର୍ଣ୍ଣାହୂତି ସହ ଖଡଙ୍ଗ ନଦୀରେ ମୃର୍ତ୍ତି ବିସର୍ଜନ କରାଯାଇଥିଲା । ଏଥିରେ ଯୁଗିମରା ସଂକ୍ରାନ୍ତି ଦଳ, ବାଲିଙ୍ଗିଜୋର, ଟୁଡିବାହାଲି, ନାରାୟଣ ପ୍ରସାଦ ଓ ଜାମୁଟ ସଂକିର୍ତ୍ତନ ଦଳ ଯୋଗ ଦେଇଥିଲେ। ଶକ୍ତି ମଣ୍ଡଳ ଯୋଗାଶ୍ରମର ସମସ୍ତ ସଦସ୍ୟ  ଓ  ଅଞ୍ଚଳର ଭକ୍ତବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories