www.samajalive.in
Monday, December 8, 2025
27.1 C
Bhubaneswar

ବାରବାଟୀରେ ଜୁନ୍‌ ୯ରେ ଭାରତ-ଦ.ଆଫ୍ରିକା ଟି୨୦

କଟକ: ବିସିସିଆଇ ତା’ର ପ୍ରତିଶ୍ରୁତି ରକ୍ଷାକରି କଟକର ବାରବାଟୀ ଷ୍ଟାଡିୟମ୍‌କୁ ଚଳିତ ଋତୁରେ ଏକ ଟ୍ବେଣ୍ଟି୨୦ ମ୍ୟାଚ୍‌ ପ୍ରଦାନ କରିଛି। ଜୁନ୍‌ ୯ରେ ବାରବାଟୀରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ ବୋଲି ବୁଧବାର ବିସିସିଆଇ ଘୋଷଣା କରିଛି। ଶୃଙ୍ଖଳାର ବାକି ୪ଟି ମ୍ୟାଚ୍‌ ବିଶାଖାପାଟଣା, ଦିଲ୍ଲୀ, ରାଜକୋଟ ଓ ​‌େ‌ଚନ୍ନଇରେ ଖେଳାଯିବ। ମେ’ ୨୯ରେ ଆଇପିଏଲ୍‌ ସମାପ୍ତି ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବା ପାଇଁ ଭାରତ ଆସିବ। କଟକରେ ଜୁନ୍‌ ୯ରେ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଆରମ୍ଭ କରିବ।

ସୂଚନାଯୋଗ୍ୟ; ଫେବୃଆରୀ ୧୫ରେ ୱେଷ୍ଟଇଣ୍ଡିଜ୍‌-ଭାରତ ମଧ୍ୟରେ ଟ୍ବେଣ୍ଟି୨୦ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜନ ହେବ ବୋଲି ବିସିସିଆଇ ଘୋଷଣା କରିଥିଲା। ହେଲେ କରୋନା ସଂକ୍ରମଣ ଯୋଗୁଁ ଗୋଟିଏ ସ୍ଥାନରେ ମ୍ୟାଚ୍‌ ଆୟୋଜନ କରିବାର ନିଷ୍ପତ୍ତି ନେଇ ଏହାକୁ କଲକାତାକୁ ସ୍ଥାନାନ୍ତର କରା ଯାଇଥିଲା। ଏହାପରେ ବିସିସିଆଇ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ଆଲୋଚନା କରିଥିଲେ। ବାରବାଟୀରୁ ମ୍ୟାଚ୍‌ ପ୍ରତ୍ୟାହାର କରି ନେଇଥିବାରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଏକ ଟ୍ବେଣ୍ଟି୨୦ ମ୍ୟାଚ୍‌ ବାରବାଟୀକୁ ଦିଆଯିବ ବୋଲି ବିସିସିଆଇ ବସ୍‌ମାନେ ସଞ୍ଜୟଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ବିସିସିଆଇ କର୍ମକର୍ତ୍ତା ସେମାନଙ୍କ ପ୍ରତିଶ୍ରୁତି ରକ୍ଷାକରି କଟକକୁ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ ପ୍ରଦାନ କରିଛନ୍ତି। ଅଦ୍ୟାବଧି ବାରବାଟୀ ଷ୍ଟାଡିୟମ୍‌ରେ ୨ଟି ଟ୍ବେଣ୍ଟି୨୦ (ଭାରତ-ଦକ୍ଷିଣ ଆଫ୍ରିକା, ୨୦୧୫ ଓ ଭାରତ-ଶ୍ରୀଲଙ୍କା, ୨୦୧୭) ଆୟୋଜିତ ହୋଇଥିବା ବେଳେ ଜୁନ୍‌ ୯ର ମ୍ୟାଚ୍‌ ଏଠାରେ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ହେବ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories