www.samajalive.in
Monday, December 8, 2025
27.1 C
Bhubaneswar

୨୪ରେ ପୌର ଭୋଟ, ୨୫ ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଭୁବନେଶ୍ୱର: ଚଳିତମାସ ୨୪ରେ ପୌରସଂସ୍ଥା ଗୁଡ଼ିକରେ ମତଦାନ ହେବାକୁ ରହିଛି। ରାଜ୍ୟର ୧୦୬ ପୌରାଞ୍ଚଳ ସହିତ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଯେଭଳି ଶୃଙ୍ଖଳିତ ଓ ନିରପେକ୍ଷ ହୋଇପାରିବ ତାକୁ ନେଇ ଗୁରୁବାର ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମ୍ମିଳନୀ କକ୍ଷରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାପିତ ଅଞ୍ଚଳ ପରିଷଦ,ମ୍ୟୁନିସିପାଲିଟି ଓ ତିନୋଟି ମହାନଗର ନିଗମ ନିମନ୍ତେ ଚଳିତ ମାସ ୨୪ ତାରିଖରେ ଭୋଟଗ୍ରହଣ ଓ ୨୬ ତାରିଖରେ ଭୋଟଗଣତି ଓ ଫଳାଫଳ ପ୍ରକାଶ ପାଇବ । ଏଥର ପୌରସଂସ୍ଥା ନିର୍ବାଚନରେ ପ୍ରଥମଥର ପାଇଁ ଇଭିଏମ୍‌ ମାଧ୍ୟମରେ ଭୋଟଗ୍ରହଣ କରାଯିବ । ପ୍ରତ୍ୟେକ ବୁଥ୍‌ରେ କର୍ପୋରେଟର/କାଉନ୍‌ସିଲର ନିର୍ବାଚନ ପାଇଁ ଗୋଟିଏ ଏବଂ ମେୟର/ ଅଧ୍ୟକ୍ଷ ନିର୍ବାଚନ ପାଇଁ ଗୋଟିଏ ଲେଖାଏଁ ଇଭିଏମ୍‌ ରହିବ । ଆଗାମୀ ପୌରସଂସ୍ଥା ନିର୍ବାଚନକୁ ସବୁଦିଗରୁ ସ୍ୱଚ୍ଛ, ମୁକ୍ତ, ନିରାପଦ କରାଯିବା ସହ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ପର୍ଯ୍ୟବେକ୍ଷକମାନଙ୍କୁ ସବିଶେଷ ତାଲିମ ପ୍ରଦାନ କରାଯାଇଥିଲା । ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୨୫ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇ ପୌରସଂସ୍ଥା ନିର୍ବାଚନ ନିମନ୍ତେ ତାଲିମ ପ୍ରଦାନ କରାଯାଇଛି । ନିର୍ବାଚନ ଆୟୋଗଙ୍କ ତରଫରୁ ସଚିବ ରବୀନ୍ଦ୍ର ନାଥ ସାହୁ, ସ୍ୱତନ୍ତ୍ର ସଚିବ ରଘୁରାମ ଆୟାର୍‌ ଓ ଆଇନ ଅଧିକାରୀ ମାଧୁରୀ ମିଶ୍ର, ଉପଶାସନ ସଚିବ ଆଜାଦ୍‌ ହିନ୍ଦ୍‌ ପାଣିଗ୍ରାହୀ ଉପସ୍ଥିତ ରହି ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories