ଦେଶରେ ସାର୍ବଜନୀନ ଟିକାକରଣ ୧୭୮ କୋଟି ଅତିକ୍ରମ କରିଛି । ଗୁରୁବାର ଅପରାହ୍ନ ସୁଦ୍ଧା ୧୭୮ କୋଟି ୧୪ ଲକ୍ଷରୁ ଅଧିକ ପାନ କରୋନା ଟିକା ଦିଆଯାଇଛି । କେବଳ ଆଜି ଅପରାହ୍ନ ସୁଦ୍ଧା ୨୧ ଲକ୍ଷ ୩୧ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି ।
ଅନ୍ୟପକ୍ଷରେ ରାଜ୍ୟରେ ଏପର୍ଯ୍ୟନ୍ତ ୬ କୋଟି ୧୨ ଲକ୍ଷ ୬୫ ହଜାରରୁ ଅଧିକ ପାନ ଟିକା ଦିଆଯାଇଥିବାବେଳେ ସେଥିମଧ୍ୟରୁ ୩ କୋଟି ୨୮ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍ ଏବଂ ୨ କୋଟି ୭୬ ଲକ୍ଷ ୫୪ ହଜାରରୁ ଅଧିକ ଦ୍ୱିତୀୟ ପାନ ଟିକା ଦିଆଯାଇଛି ।
ସେହିପରି ୧୫ରୁ ୧୮ ବର୍ଷ ବର୍ଗର ପ୍ରାୟ ୧୮ ଲକ୍ଷ ୪୫ ହଜାର ୧୬୯ କିଶୋରଙ୍କୁ ପ୍ରଥମ ପାନ ଟିକା ଦିଆଯାଇଇଥିବାବେଳେ ୮ ଲକ୍ଷ ୯୧ହଜାର ୯୬୫ ଦ୍ୱିତୀୟ ପାନ ଟିକା ପ୍ରଦାନ କରାଯାଇଛି ।
୧୭୮ କୋଟି ୧୪ ଲକ୍ଷ ଟପିଲା ସାର୍ବଜନୀନ ଟିକାକରଣ
Popular Categories



