www.samajalive.in
Monday, December 8, 2025
27.1 C
Bhubaneswar

ବାଡ଼ି ଅଗଣାରେ ବତକ ପାଳନ

ମୋହନା : ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଗଜପତି ଶଖା ପକ୍ଷରୁ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ବାଡ଼ି ଅଗଣାରେ ବତକ ପାଳନ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଡ. ବିରେନ୍ଦ୍ର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରେ ରହିଥିବା ୭ଗୋଟି ମହିଳା ସଂଘର ଜଣେ ଜଣେ ସଦସ୍ୟଙ୍କୁ ୫୦ ଗୋଟି ବତକ ହିସାବରେ ସମୁଦାୟ ୩୫୦ଟି ବତକ ଦିଆଯାଇଛି। ଗତ ଜାନୁଆରୀ ମାସରେ ଜଣେ ସଦସ୍ୟଙ୍କୁ ବତକର ଗୃହ ନିର୍ମାଣ ପାଇଁ ସେମାନଙ୍କର ବ୍ୟାଙ୍କ ଖାତାକୁ ଜିଲ୍ଲା ଅଧିକାରୀଙ୍କ ପକ୍ଷରୁ ୧ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ନୂତନ ଯୋଜନା ଦ୍ୱାରା ମହିଳାମାନେ ଅର୍ଥ ରୋଜଗାର ପାଇଁ କାହା ଉପରେ ନିର୍ଭର ନକରି ନିଜେ ସ୍ଵାବଲମ୍ବୀ ହୋଇପାରିବେ ଏବଂ ସେମାନଙ୍କୁ ପ୍ରଶାସନ ତରଫରୁ ଆଗାମୀ ଦିନରେ ଆହୁରି ସହାୟତା ଯୋଗାଇ ଦିଆଯିବ ବୋଲି ଡ. ପଣ୍ଡା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସକାଳ ସଂସ୍ଥାର ସଂଯୋଜକ ସନ୍ତୋଷ ଗୌଡ଼, ସନ୍ତୋଷ ସାହୁ ଓ ଚିକିତ୍ସାଳୟର କର୍ମଚାରୀ ରମେଶ ଚନ୍ଦ୍ର ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories