www.samajalive.in
Monday, December 8, 2025
20.1 C
Bhubaneswar

ଡାକ୍ତରୀ ପଢିବାକୁ ଆଉ ଯିବାକୁ ପଡ଼ିବନି ୟୁକ୍ରେନ୍‌; ଆନନ୍ଦ ମହିନ୍ଦ୍ରା କରିବେ ଏହି ବଡ଼ କାମ!

ନୂଆଦିଲ୍ଲୀ: ଆନନ୍ଦ ମହିନ୍ଦ୍ରା ପୂର୍ବରୁ ଟ୍ବିଟରରେ ତାଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରୋଜେକ୍ଟ ବିଷୟରେ ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି। ଏହାସହ ସେ ପ୍ରତ୍ୟେକ ପ୍ରସଙ୍ଗରେ ଖୋଲାଖୋଲି ଭାବେ କଥା କୁହନ୍ତି। ଏବେ ସେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ର ବିଶେଷ କରି ଡାକ୍ତରୀ ଛାତ୍ରମାନଙ୍କ ଅବସ୍ଥା ଜାଣି ଏକ ବଡ଼ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆନନ୍ଦ ମହିନ୍ଦ୍ରା ଟ୍ବିଟ୍‌ କରି କହିଛନ୍ତି, ​‌ଭାରତରେ ମେଡିକାଲ କଲେଜର ଏତେ ଅଭାବ ଅଛି ବୋଲି ସେ ଜାଣି ନାଥିଲେ। ସେ ତାଙ୍କ କମ୍ପାନୀ ଟେକ୍‌ ମହିନ୍ଦ୍ରାର ପରିଚାଳନା ନିର୍ଦେଶକ ତଥା ସିଇଓ ସି.ପି. ଗୁରନାନୀଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି ଯେ, ‘‘ଆମେ ମହିନ୍ଦ୍ରା ବିଶ୍ୱବିଦ୍ୟାଳୟରେ ଏକ ମେଡିକାଲ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରିବାକୁ ଚିନ୍ତା କରିପାରିବା କି’’?


ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟ୍ବିଟ୍‌ ପରେ ଅନେକ ୟୁଜର୍‌ ତାଙ୍କ କହିଥିଲେ ଯେ, ଭାରତର ବହୁ ସଂଖ୍ୟକ ପିଲା କେବଳ ସିଟ୍ ଅଭାବରୁ ଡାକ୍ତରୀ ପଢିବା ପାଇଁ ୟୁକ୍ରେନକୁ ଯାଆନ୍ତି ନାହିଁ। ବରଂ ଭାରତରେ ଡାକ୍ତରୀ ଶିକ୍ଷାର ମୂଲ୍ୟ ମଧ୍ୟ ଏକ ବଡ଼ କାରଣ।

- Advertisement -


ଏନେଇ ପି. ବାମଶିଧର ରେଡ୍ଡୀ ନାମକ ଜଣେ ୟୁଜର ଆନନ୍ଦ ମହିନ୍ଦ୍ରାଙ୍କୁ ଅନୁରୋଧ କରିଛନ୍ତି ଯେ, ଆପଣଙ୍କ ଅନୁଷ୍ଠାନରେ ଏଥିପ୍ରତି ଧ୍ୟାନ ଦେବେ ଯେ ଏହାର ଦେୟ ଯେପରି ଅନ୍ୟ ଅନୁଷ୍ଠାନ ପରି କୋଟି କୋଟି ଟଙ୍କାର ନହେବ। ଏହାର ଉତ୍ତରରେ ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ, ସେ ଏଥିପ୍ରତି ଧ୍ୟାନ ଦେବେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories