www.samajalive.in
Monday, December 8, 2025
27.1 C
Bhubaneswar

ୟୁକ୍ରେନରେ କୌଣସି ଭାରତୀୟ ଛାତ୍ର ପଣବନ୍ଦୀ ନାହାନ୍ତି : ବିଦେଶ ମନ୍ତ୍ରଣାଳୟ

ୟୁକ୍ରେନରେ କୌଣସି ଭାରତୀୟ ଛାତ୍ରଙ୍କୁ ପଣବନ୍ଦୀ କରି ରଖାଯାଇନାହିଁ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଛି । ୟୁକ୍ରେନରେ ଭାରତୀୟ ଛାତ୍ର-  ଛାତ୍ରୀମାନଙ୍କୁ ପଣବନ୍ଦୀ କରି ରଖାଯାଇଥିବା ସଂକ୍ରାନ୍ତ ଗଣମାଧ୍ୟମରଖବର ଉପରେ ପ୍ରତିକ୍ରିୟା ଦେଇ ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ଅରିନ୍ଦମ ବାଗ୍‍ଚୀ ଏହା  କହିଛନ୍ତି। ୟୁକ୍ରେନ୍‍ସ୍ଥିତ ଭାରତୀୟ ଦୂତାବାସ ସେଠାରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା କରୁଛନ୍ତି। ଏ ସଂକ୍ରାନ୍ତରେ ସେମାନେ ୟୁକ୍ରେନ୍‍ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଯୋଗାଯୋଗ ରକ୍ଷା କରିଛନ୍ତି। ତେବେ କୌଣସି ଭାରତୀୟ ଛାତ୍ରଙ୍କୁ ପଣବନ୍ଦୀ କରି ରଖାଯାଇଥିବା ବିଷୟରେ ଖବର ହସ୍ତଗତ ହୋଇନାହିଁ ।

ବୁଧବାର ଅନେକ ଛାତ୍ରଛାତ୍ରୀ ଖାର୍କିବ ଛାଡିଛନ୍ତି। ସେ କହିଛନ୍ତି ଖାର୍କିବରୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଅନ୍ୟତ୍ର ପଠାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ୍‍ର ବ୍ୟବସ୍ଥା କରିବାକୁ ଭାରତ ସରକାର ୟୁକ୍ରେନ୍‍କୁ ଅନୁରୋଧ କରିଛନ୍ତି । ସେହି ଛାତ୍ରଛାତ୍ରୀମାନଙ୍କୁ ଦେଶର ପଶ୍ଚିମ ଭାଗକୁ ସ୍ଥାନାନ୍ତରିତ କରାଯାଉଛି। ଶ୍ରୀ ବାଗ୍‍ଚୀ କହିଛନ୍ତି ଭାରତ ସରକାର ରୁଷ୍‍, ରୋମାନିଆ, ପୋଲାଣ୍ଡ, ହଙ୍ଗେରୀ, ସ୍ଲୋଭାକିଆ ଓ ମାଲଡୋବା ସମେତ ସେହି ଅଞ୍ଚଳର ଦେଶଗୁଡ଼ିକ ସହ ଯୋଗାଯୋଗ ରକ୍ଷା କରିଛି । କିଛିଦିନ ମଧ୍ୟରେ ୟୁକ୍ରେନ୍‍ରୁ ବହୁସଂଖ୍ୟାରେ ଭାରତୀୟ ନାଗରିକମାନଙ୍କୁ ନିରାପଦ ଅଞ୍ଚଳକୁ ସ୍ଥାନାନ୍ତରିତ କରାଯାଇଛି ।

- Advertisement -

ଏଥିରେ ୟୁକ୍ରେନ୍‍ କର୍ତ୍ତୃପକ୍ଷ ସାହାଯ୍ୟ କରିଥିବାରୁ ଭାରତ କୃତଜ୍ଞତା ଜଣାଇଛି। ଭାରତୀୟ ନାଗରିକ ମାନଙ୍କୁ ଆଶ୍ରୟ ଦେଇଥିବା ୟୁକ୍ରେନ୍‍ର ପଶ୍ଚିମାଞ୍ଚଳ ଦେଶଗୁଡ଼ିକୁ ମଧ୍ୟ ଭାରତ କୃତଜ୍ଞତା ଜଣାଇଛି । ସେହି ଦେଶଗୁଡ଼ିକରୁ ଭାରତୀୟ ନାଗରିକମାନେ ବିମାନଯୋଗେ ସ୍ୱଦେଶ ଫେରୁଛନ୍ତି ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories