କଦଳୀ ଚୋପାରେ ଲୁଚି ରହିଛି ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ
ବିିଭିନ୍ନ ପ୍ରକାର ଫଳ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଫଳ ସହ ଏହାର ଚୋପା ମଧ୍ୟ ଉପକାରୀ। ସେଭଳି ଏକ ଫଳ ହେଉଛି କଦଳୀ। ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ମାତ୍ର କଦଳୀ ଖାଇବା ପରେ ଏହାର ଚୋପାକୁ ସଭିଏଁ ପକାଇ ଦେଇଥାଆନ୍ତି। ଏହାର ଚୋପାର ମଧ୍ୟ ଅନେକ ଲାଭଦାୟକ ଗୁଣ ରହିଛି। କଦଳୀ ଚୋପାରେ ପୋଟାସିୟମ, ଆଣ୍ଟି-ଅକ୍ସିଡାଣ୍ଟ,ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ସ୍ୱାସ୍ଥ୍ୟ ସହ ଏହା ତ୍ୱଚା ପାଇଁ ମଧ୍ୟ ଉପକାରୀ।
କଦଳୀ ଚୋପାରେ ଥିବା ପୋଷକ ତତ୍ତ୍ୱ ଆଖି ପାଇଁ ଖୁବ ଉପକାରୀ। ଏହା ଆଖିର ମୋତିଆବିନ୍ଦୁ ରୋଗରୁ ରକ୍ଷା କରିଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍ ଆଖି ପାଇଁ ଉପକାରୀ।
ଆଣ୍ଟି-ଅକ୍ସିଡାଣ୍ଟ,ଆଣ୍ଟି ଫଙ୍ଗଲ ଭଳି ଅନେକ ଗୁଣ ରହିଛି। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ। ସୁନ୍ଦରତା ବୃଦ୍ଧି କରିଥାଏ।
କଦଳୀ ଚୋପାକୁ ବ୍ୟବହାର କରି ଦାନ୍ତ ସଫା କରିପାରିବେ। ଦାନ୍ତରେ ଏହାକୁ ବ୍ୟବହାର ଦ୍ୱାରା ହଳଦିଆପଣ ଦୂର ହୋଇଥାଏ।କଦଳୀ ଚୋପାର ଶେଷ ଭାଗକୁ ସାମାନ୍ୟ ବାହାର କରି ଦିଅନ୍ତୁ। ଏବେ ଏହି ଚୋପାର ଭିତର ଅଂଶକୁ ଦାନ୍ତରେ ୧୦ ମିନିଟ ପର୍ୟ୍ୟନ୍ତ ଭଲ ଭାବେ ଘଷନ୍ତୁ। ଏବେ ବ୍ରଶ ଦ୍ୱାରା ପୁଣି ଦାନ୍ତକୁ ଧୀରେ ଧୀରେ ଘଷନ୍ତୁ ଯେପରି କଦଳୀ ଚୋପାର ଅଂଶ ଦାନ୍ତରେ ସମସ୍ତ ଭାଗରେ ଲାଗିବ। ପୁଣି ବ୍ରଶରେ ପାଣି ଲଗାଇ ଦାନ୍ତକୁ ଧୀରେ ଘଷନ୍ତୁ । ଏହାପରେ ଆପଣ ଯେପରି ନିୟମିତ ଟୁଥପେଷ୍ଟ ବ୍ୟବହାର କରି ଘଷନ୍ତି ସେପରି ଘଷିବେ। ଏହି ଉପାୟ ସପ୍ତାହକୁ ୩ ରୁ ୪ ଥର କରିବା ଦ୍ୱାରା ଦାନ୍ତର ହଳଦିଆପଣରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବେ।
କଦଳୀ ଚୋପାରେ ଭିଟାମିନ ଏ ପ୍ରଚୁର ପରିମାଣରେ ରହିଛି। ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବା ସହ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ।
ମୁହଁରେ ବ୍ରଣ ସମସ୍ୟା ଲାଗି ରହୁଥିଲେ ସପ୍ତାହକୁ ୨ ରୁ ୩ ଥର କଦଳୀ ଚୋପାକୁ ହାଲକା ଭାବେ ଘଷନ୍ତୁ। ଏପରି କରିବା ଦ୍ୱାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।
ଗୋଇଠିର ଯନ୍ତ୍ରଣା ଦୂର ଓ ପାଦ ନରମ କରିବା ପାଇଁ କଦଳୀ ଚୋପାକୁ ବାଟି ଏହାର ପେଷ୍ଟକୁ ନିୟମିତ ଲଗାନ୍ତୁ। ଏପରି କରିବା ଦ୍ୱାରା ପାଦ ନରମ ହୋଇଥାଏ।
କଦଳୀ ଓ ମହୁକୁ ନିୟମିତ ମୁହଁରେ ଲଗାଇବା ଦ୍ୱାରା ମୁହଁ ସୁନ୍ଦର ଓ ଉଜ୍ୱଳ ହୋଇଥାଏ।
କେଶକୁ ରେଶମୀ ଓ ସୁନ୍ଦର କରିବା ପାଇଁ କଦଳୀର ପେଷ୍ଟ ସହ ଅଳ୍ପ ନଡ଼ିଆ ତେଲ ମିଶାଇ ଲଗାନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କରନ୍ତୁ। ଚମତ୍କାର ନିଜେ ଅନୁଭବ କରିବେ।
Comments are closed.