www.samajalive.in
Monday, December 8, 2025
27.1 C
Bhubaneswar

୧୦୦ତମ ଟେଷ୍ଟ ମ୍ୟାଚ୍‌ ପାଇଁ କୋହଲିଙ୍କ ଅଭ୍ୟାସ ଆରମ୍ଭ

ମୋହାଲି : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଜୀବନର ୧୦୦ତମ ​ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି । ଏହି ଟେଷ୍ଟମ୍ୟାଚ୍‌ ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ମ୍ୟାଚ୍‌ ଲାଗି ଦେଶର ସଫଳତମ ଅଧିନାୟକ କୋହଲି ପ୍ରସ୍ତୁତି ଓ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। କୋହଲି ଓ ୱିକେଟ ରକ୍ଷକ ଋଷଭ ପନ୍ତ୍‍ ଶନିବାର ଏଠାରେ ଭାରତୀୟ ଟେଷ୍ଟ ଦଳରେ‌େ‌ ଯୋଗଦେବା ପରେ ରବିବାର ପଡ଼ିଆରେ ଅଭ୍ୟାସ କରିଥିଲେ। ପଞ୍ଜାବ କ୍ରିକେଟ ଆସୋସିଏସନ୍‌ (ପିସିଏ) ଷ୍ଟାଡିୟମ୍‌ରେ ସେ ଶ୍ରୀଲଙ୍କା ସହ ପ୍ରଥମ ଟେଷ୍ଟ ଖେଳିବାକୁ ଫିଟ୍‍ ହେଲେ ତାଙ୍କ ଜୀବନର ୧୦୦ତମ ମ୍ୟାଚ୍‍ ଖେଳିବେ । ବିନା ଦର୍ଶକରେ ଖେଳାଯିବାକୁ ଥିବା ଏହି ଟେଷ୍ଟମ୍ୟାଚ୍‍ରେ ପିସିଏ କୋହଲିଙ୍କୁ ସମ୍ବର୍ଦ୍ଧିତ କରିବ। କିନ୍ତୁ ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ଦିବାରାତ୍ର ୨ୟ ଟେଷ୍ଟରେ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ୍‍ରେ ଖେଳ ଦେଖିବାକୁ ଅନୁମତି ମିଳିବ। ଶ୍ରୀଲଙ୍କା ବିପକ୍ଷରେ ସୀମିତ ଓଭର ଶୃଙ୍ଖଳା ଖେଳିନଥିବା ଟେଷ୍ଟ ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ୍‍, ହନୁମା ବିହାରୀ, ଜୟନ୍ତ ଯାଦବ, ଉମେଶ ଯାଦବ ଓ କେଏସ୍‍ ଭାରତ ପୂର୍ବରୁ ଆସି ମୋହାଲିରେ ଅଭ୍ୟାସ କରୁଛନ୍ତି। ଅଧିନାୟକ ରୋହିତ ଶର୍ମା ଏବଂ ଅନ୍ୟ ଟେଷ୍ଟ ଖେଳାଳି ସୋମବାର ଦଳ ସହ ଯୋଗ ଦେଇଛନ୍ତି। ଚଳିତବର୍ଷ କୋହଲି ୨ ଟେଷ୍ଟ, ୬ ଦିନିକିଆ ଓ ୨ଟି ଟି୨୦ ଖେଳିଛନ୍ତି। ସେହିପରି ପନ୍ତ୍‍ ୩ ଟେଷ୍ଟ, ୬ ଦିନିକିଆ ଓ ୨ଟି ଟି୨୦ ଖେଳିସାରିବା ପରେ କୋହଲିଙ୍କ ସହ ୧୦ ଦିନ ବିଶ୍ରାମ ନେଇଥିଲେ। ଫଳରେ ଦୁହେଁ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିନଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories