www.samajalive.in
Monday, December 8, 2025
27.1 C
Bhubaneswar

କୁପ୍ରଭାବରୁ ରକ୍ଷା ପାଇବା ପାଇଁ ମାଟି ପାତ୍ରର ବ୍ୟବହାର

ବାସ୍ତୁଶାସ୍ତ୍ର ଅନୁସାରେ ମାଟିକୁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଓ ଉପଯୋଗୀ ବୋଲି କୁହାଯାଇଛି। ମାଟିକୁ ସୁଖ-ଶାନ୍ତି ଓ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଇଛି। ଘରେ ଅଧିକ ମାଟିର ବାସନ ରଖି ବ୍ୟବହାର କରିବା ନିହାତି ଆବଶ୍ୟକ ଅଟେ। ଏହାର ଅନେକ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି। ଜ୍ୟୋତିଷ ଶାସ୍ତ୍ରରେ ମାଟିର କିଛି ବାସନ ରହିଛି ଯାହାକୁ ଘରେ ରଖିବା ଦ୍ବାରା ଜୀବନରେ ସୁଖ ଓ ଶାନ୍ତି ବାତାବରଣ ସୃଷ୍ଟି ହୋଇଥାଏ। ତେଣୁ ମାଟିର ପାତ୍ର କିମ୍ବା ବାସନ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି କୁହାଯାଇଛି।ମାଟିର କଳସରେ ପାଣି ରଖି ପିଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ଏହାସହ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ସୃଷ୍ଟି ହୋଇଥାଏ। ମାଟିର ପାତ୍ର ରଖିବା ଦ୍ବାରା ଜୀବନରେ ବୁଧ ଓ ଚନ୍ଦ୍ରମା ଙ୍କର ଭଲ ପ୍ରଭାବ ପଡିଥାଏ।
ଘରର ମନ୍ଦିରରେ ପୂଜା ଘରେ ମାଟିର ବାସନ ରଖିବା ମଧ୍ୟ ଶୁଭ ଅଟେ। ପୂଜା ଘରେ ମାଟିର ଠାକୁରଙ୍କ ମୁର୍ତ୍ତି ରଖିବା ଦ୍ବାରା ଅନେକ ପ୍ରକାରର ଅସୁବିଧା ଦୂର ହୋଇଥାଏ। ଧନର ଅଭାବ ମଧ୍ୟ ରହି ନଥାଏ।ଘରର ଉତ୍ତର-ପୂର୍ବ ଦିଗରେ ମାଟିର ତିଆରି ପକ୍ଷୀ ରଖିବା ଉଚିତ। ଏହାଦ୍ବାରା ଘରର ପରିବେଶରେ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।
ଯେକୌଣସି ପୂଜାପର୍ବରେ ମାଟିରେ ତିଆରି ଦୀପ ଜଳାଇବା ଉଚିତ। ଏହାଦ୍ବାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ମାଟିର କଳସରେ ପ୍ରତ୍ୟେକ ଦିନ ତୁଳସୀ ବୃକ୍ଷରେ ପାଣି ଦିଅନ୍ତୁ। ତୁଳସୀ ମୂଳରେ ମାଟିର ଦୀପ ମଧ୍ୟ ଜଳାନ୍ତୁ।ମାଟିର କପରେ ଚାହା ଏବଂ ଲସି ପିଇବା ଦ୍ବାରା ମଙ୍ଗଳ ଗ୍ରହର ନକରାତ୍ମକ ପ୍ରଭାବ କମ ହୋଇଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories