www.samajalive.in
Monday, December 8, 2025
20.1 C
Bhubaneswar

ରେଙ୍ଗାଲି: ବିଜେଡ଼ିର ଦମଦାର ବିଜୟ

ରେଙ୍ଗାଲି: ୨୦ ତାରିଖ ଦିନ ରେଙ୍ଗାଲି ବ୍ଳକରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ରେଙ୍ଗାଲି ଜୋନ୍‍(୧)ରେ ଭୋଟ୍‍ ଗଣତିର ଚୁଡାନ୍ତ ଫଳାଫଳ ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇ ଆଜି ସକାଳେ ଶେଷ ହୋଇଛି। ଜୋନ୍‍ (୧)ରେ ଥିବା ରେଙ୍ଗାଲି, ସାଳଡ, ନିସାନଭଙ୍ଗା, ଜଙ୍ଗଳା, ବମାଲୋଇ, ଲପଙ୍ଗା, ଖିଣ୍ଡା, ଠେଲକୋଲୋଇ, ଘିଚାମୁରା ଆଦି ୯ଟି ପଞ୍ଚାୟତର ନିର୍ବାଚନ ଫଳାଫଳରେ ବିଜେଡି ପ୍ରାର୍ଥୀ ଚୋଲେଶ୍ୱରୀ ମହାନନ୍ଦ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରିୟମ୍ବଦା ବେହେରାଙ୍କୁ ୧୫ହଜାର ୩ଶହ୧୪ ଭୋଟରେ ପରାସ୍ତ କରି ଦମଦାର ବିଜୟ ହାସଲ କରିଛନ୍ତି। ଜିଲ୍ଲାପରିଷଦ ଭୋଟର ୧୯୦୧ଟି ଭୋଟ୍‍ ନାକଚ ହୋଇଛି।

ସୂଚନାଯୋଗ୍ୟ, ୨୦୧୭ ନିର୍ବାଚନରେ ରେଙ୍ଗାଲି ଜୋନ୍‍ (୧)ରେ ବିଜେପି ପ୍ରାର୍ଥୀ ତିରୋଜ ହେଡେଞ୍ଜାଙ୍କଠାରୁ ବିଜେଡି ପ୍ରାର୍ଥ ଦୁଲ୍ଲଭ କିସାନ ୧୮ଶହ ୭୪ ଭୋଟରେ ପରାସ୍ତ ହୋଇଥିଲେ। ଚଳିତ ନିର୍ବାଚନରେ ବିଜୁ ଜନତାଦଳ ୨୦୧୭ ନିର୍ବାଚନରେ ହୋଇଥିବା ପରାଜୟର ପ୍ରତିଶୋଧ ନେଇ ବିଜେପିକୁ ଶୋଚନୀୟ ଭାବରେ ପରାସ୍ତ କରିବାକୁ ସକ୍ଷମ ହୋଇଛି।

- Advertisement -

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories