www.samajalive.in
Tuesday, December 9, 2025
17.1 C
Bhubaneswar

ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପୋଲିଓ ବୁନ୍ଦା

ବାଙ୍କୀ: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୋଲିଓ ରୋଗର ନିରାକରଣ ତଥା ପୋଲିଓ ମୁକ୍ତ ଦେଶ ଗଠନ ନିମନ୍ତେ ଆରମ୍ଭ ହୋଇଥିବା ପ୍ରକ୍ରୀୟାରେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ଜନସଚେତନତା ସୃଷ୍ଟି କରିବା ପାଇଁ ଗ୍ରାମାଞ୍ଚଳରେ ଏକ ପୋଲିଓ ରଥ ପରିକ୍ରମା କରିଛନ୍ତି। ଡାକ୍ତର ଅମରେଶ ସାହୁ ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ରବିବାର ସୁସ୍ଥ ଜୀବନ ପାଇଁ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ୫୧ଟି ପୋଲିଓ କେନ୍ଦ୍ରରେ ୭ହଜାର ୭୨୦ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବାର ବ୍ୟବସ୍ଥା କରାଯାଇଛି।

ସୂଚନା ଅନୁଯାୟୀ, ବ୍ଲକର ୨୦ଟି ପଞ୍ଚାୟତରେ ପ୍ରାୟ ୨୪ ହଜାର ୫୧୫ ପରିବାରର ଶିଶୁମାନେ ଏହି ପୋଲିଓ ବୁନ୍ଦା ଗ୍ରହଣ କରିବେ। ରବିବାର ସକାଳେ ୨ବୁନ୍ଦା ପୋଲିଓ ବିଭିନ୍ନ କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀମାନେ ଶିଶୁଙ୍କୁ ଖୁଆଇଛନ୍ତି। କାର୍ଯ୍ୟକ୍ରମରେ ଡାକ୍ତର ବିଭିଦତ୍ତ ବେହେରା, ଡାକ୍ତର ସୁଧାଂଶୁ ଶେଖର ପଣ୍ଡା, ଇତିଶ୍ରୀ ମିଶ୍ର, ସଂଗୀତା ଦାସ, ସଞ୍ଜୟ ପୃଷ୍ଟି, ପ୍ରଦୀପ କୁମାର ସାହୁ, ସନ୍ତୋଷ ସାହୁ, ମାନଭଞ୍ଜନ ଦଳାଇ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ବିଭିନ୍ନ କେନ୍ଦ୍ରରେ କାର୍ଯ୍ୟରତ ଆଶା ଓ ଅଙ୍ଗନୱାଡି କର୍ମୀମାନେ ସହଯୋଗ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories