www.samajalive.in
Monday, December 8, 2025
27.1 C
Bhubaneswar

ହାତ ଗୋଡ଼ ବନ୍ଧା ଯୁବକର ମୃତ ଦେହ ଉଦ୍ଧାର ଘଟଣା, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ମୋହନା: ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ନିକଟ ଜଗନ୍ନାଥପୁର ଛକ ନିକଟରୁ ୫୦୦ମିଟର ଦୂରରେ ଗୁୁରୁବାର ଦିନ ଅପରାହ୍ନରେ ହାତ ଗୋଡ଼ ବନ୍ଧା ଯୁବକର ମୃତ ଦେହ ଉଦ୍ଧାର ଘଟଣାରେ ମୁତ ଯୁବକର ପରିଚୟ ମିଳିଛି। ମୃତ ଯୁବକ ଜଣକ ହେଲେ ଅଡ଼ବା ଥାନା ଅନ୍ତର୍ଗତ ଖାରିଗୁଡା ପଞ୍ଚାୟତର ଲମ୍ବଡ଼ାଙ୍ଗ ଗାଁର ଜୋସେଫ ନାୟକ(୨୫) । ଶୁକ୍ରବାର ସକାଳୁ ଯୋଶେଫ ଘର ପରିବାର ଲୋକେ ଓ ତାଙ୍କ ଭାଇ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ଘଟଣା ସ୍ଥଳରେ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ, ଥାନା ଅଧିକାରୀ ସୁଜିତ କୁମାର ନାୟକ, ସାଇଣ୍ଟିଫିକ ଟିମର ୫ ଜଣିଆ କର୍ମଚାରୀ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିଲେ। ମୃତ ଯୋଶେଫଙ୍କ ଭାଇ ବସନ୍ତ କହିବା ପ୍ରକାର, ଅନୁଯାୟୀ ଯୋଶେଫଙ୍କ ଠାରୁ କଲେମା ଗ୍ରାମର ଦୀପୁ , ଧର୍ମେ, ମିଲନ ଆଦି ୩ ଜଣ ଏକ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ସେମାନେ ଟଙ୍କା ଫେରାଇବାରେ ବିଳମ୍ବ କରିଥିଲେ। ଯାହାକୁ ନେଇ ଗତ ବୁଧବାର ସକାଳ ୫ଟାରେ ଲମ୍ବ ଡାଙ୍ଗ ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

 

- Advertisement -

ଏହି ସଭାରେ ୩ଜଣଙ୍କ ମଧ୍ୟରୁ ୨ ଜଣ ଧର୍ମେ ଓ ମିଲନ ସଭାରେ ଯୋଗ ଦେଇନଥିଲେ। ଅପରପକ୍ଷେ ଯୋଶେଫଙ୍କ ବ୍ୟାଙ୍କ ଖାତାକୁ ୫୦ ହଜାର ଟଙ୍କା ଆସିଥିବା ନେଇ ଟଙ୍କା ଛାଡିଥିବା ବ୍ୟକ୍ତି ଫୋନ କରିଥିଲେ। କିନ୍ତୁ ଯୋଶେଫ ଟଙ୍କା ଆସି ନ ଥିବା କହିଥିଲା। ତା’ ପରେ ଯୋସେଫ ନିଜର ବ୍ୟାଙ୍କ ଖାତା ଯାଞ୍ଚ କରିବା ପରେ ତାଙ୍କୁ ଚନ୍ଦ୍ରଗିରି ଡାକି ନେଇଥିଲେ। ଏହାପରେ ଯୋଶେଫର ପତ୍ତା ମିଳିନଥିଲା। ଯାହାକୁ ନେଇ ପରିବାର ଲୋକେ ଉକ୍ତ ତିନି ଜଣଙ୍କ ଉପରେ ସନ୍ଦେହ କରି ହତ୍ୟା ଅଭିଯୋଗ ଆଣିଛନ୍ତି। ଟଙ୍କା ଦେଣ ନେଣକୁ ନେଇ ଏଭଳି ଘଟଣା ଘଟି ଥାଇପାରେ ବୋଲି ଏସଡିପିଓ ଦିଲ୍ଲୀପ କୁମାର ନାୟକ କହିଛନ୍ତି। ପୁଲିସର ଅଧିକ ଚ୍ଛାନଭିନ ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ମୋହନା ଥାନା ପକ୍ଷରୁ ସୂଚନା ମିଳିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories