www.samajalive.in
Monday, December 8, 2025
27.1 C
Bhubaneswar

ମହାଶିବରାତ୍ରୀ ; ସରଳ ଉପାୟରେ ମିଳିବ ପ୍ରଭୁଙ୍କ ବିଶେଷ କୃପା

ମହାଶିବରାତ୍ରୀ। ଚଳିତ ବର୍ଷ ମାର୍ଚ୍ଚ ୧ରେ ଶିବରାତ୍ରୀ। ଏହିଦିନ ପ୍ରଭୁ ଭୋଳାଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ଓ କୃପା ପ୍ରାପ୍ତି ପାଇଁ  ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। କିଛି ବିଶେଷ ଦିଗ ପ୍ରତି ଧ୍ୟାନ ରଖି ପ୍ରଭୁଙ୍କୁ ପୂଜା କରିବା ଦ୍ୱାରା ଗ୍ରହଙ୍କ କୁପ୍ରଭାବରୁ ମୁକ୍ତି ମିଳିପାରିବ। ସରଳ ଉପାୟରେ ପ୍ରଭୁଙ୍କ ବିଶେଷ କୃପା ମିଳିବ।
କର୍ମକ୍ଷେତ୍ରରେ ସଫଳତା ପାଇଁ ଶିବରାତ୍ରୀରେ ଶିବଲିଙ୍ଗରେ ଦୁବ ଘାସ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ମିଳିବା ସହ ଏଥିରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
– ଜାତକରେ ଗ୍ରହଙ୍କ କୁପ୍ରଭାବ ପଡ଼ିବା ଦ୍ୱାରା ବ୍ୟକ୍ତିଙ୍କ ମାନସିକ ଅଶାନ୍ତି ଓ ଦୁଶ୍ଚିନ୍ତ। ବୃଦ୍ଧି ପାଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ ଏହି ଦିନ ଶିବଲିଙ୍ଗରେ କ୍ଷୀର ଅର୍ପଣ କରନ୍ତୁ।
– ନିଜର ମାନସମ୍ମାନ ବୃଦ୍ଧି ପାଇଁ ମହାଶିବରାତ୍ରୀରେ ଶିବଶିଙ୍ଗରେ ଚନ୍ଦନର ଲେପ ଲଗାଇବା ସହ ଜଳ ଅର୍ପଣ କରନ୍ତୁ।
– ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ ଏହିଦିନ ଶିବଲିଙ୍ଗରେ ଦୁଦୁରା ଫୁଲ ଅର୍ପଣ କରନ୍ତୁ।
– ବିବାହରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିଲେ, ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରହୁଥିଲେ ମହାଶିବରାତ୍ରୀରେ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରନ୍ତୁ। ଶ୍ରଦ୍ଧା ଓ ଭକ୍ତିଭାବର ସହ ପୂଜା କଲେ ବହୁ ଶୁଭଫଳ ମିଳିବା ସହ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।
ପ୍ରଭୁଙ୍କ ପୂଜାରେ ଏପରି କିଛି ବିଶେଷ ଦ୍ରବ୍ୟ ରହିଛି ବ୍ୟବହାର କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ….

ଜଳ –
‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରି ଜଳ ଅର୍ପଣ କରିବା ଦ୍ୱାରା ମନ ସର୍ବଦା ଶାନ୍ତ ରହିବା ସହ ମନରେ କରୁଣା ଭାବ ଜାଗ୍ରତ ହୋଇଥାଏ।
କ୍ଷୀର –
ପ୍ରଭୁ ଭୋଳାଶଙ୍କରଙ୍କୁ କ୍ଷୀରରେ ଅଭିଷେକ କରିବା ଦ୍ୱାରା ଖୁବ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। କ୍ଷୀର ଅର୍ପଣ କରିବା ଦ୍ୱାରା ବ୍ୟକ୍ତି ସର୍ବଦା ସୁସ୍ଥ ଓ ରୋଗମୁକ୍ତ ରହିଥାଏ। ବିଷ୍ଣୁ ପୁରାଣ ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ଭଗବାନ ଶିବ ବିଷ ପାନ କରିଥିବାରୁ କଣ୍ଠ ଓ ଶରୀର ନୀଳବର୍ଣ୍ଣ ପଡ଼ିଯାଇଥିଲା। ସେହି ସମୟରେ ସମସ୍ତ ଦେବାଦେବୀ ମାନେ ତାଙ୍କୁ କ୍ଷୀରରେ ଅଭିଷେକ କରିଥିଲେ। ଫଳରେ ତାଙ୍କର ଶରୀର ନୀଳବର୍ଣ୍ଣ ହୋଇ ରହିଲା ନାହିଁ। ସେହି ଦିନ ଠାରୁ ଭଗବାନ ଶିବଙ୍କୁ କ୍ଷୀର ଖୁବ ପ୍ରିୟ ବୋଲି ଶାସ୍ତ୍ରରେ କୁହାଯାଇଛି।
ମହାଶିବ ରାତ୍ରୀରେ ଭଗବାନ ଶିବଙ୍କ ନିକଟରେ ଚିନି ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଘରେ ସର୍ବଦା ଶାନ୍ତିର ଓ ବୈଭବ ରହିଥାଏ।
ଲାଲ ରଙ୍ଗର କେଶର ଭଗବାନ ଶିବଙ୍କୁ ଅର୍ପଣ କରିବା ଦ୍ୱାରା ମାଙ୍ଗଳିକ ଦୋଷ ଦୂର ହୋଇଥାଏ। କର୍ମକ୍ଷେତ୍ରରେ ମଧ୍ୟ ଶୁଭଫଳ ପ୍ରାପ୍ତି ହୋଇଥାଏ।
ପ୍ରଭୁ ଭୋଳାଶଙ୍କରଙ୍କୁ ଦହି ଅର୍ପଣ କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।

- Advertisement -

ପ୍ରଭୁଙ୍କୁ ଘିଅ ଅର୍ପଣ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ସନ୍ତାନ ପ୍ରାପ୍ତି ହୋଇଥାଏ।

ପ୍ରଭୁଙ୍କୁ ଚନ୍ଦନ ଅର୍ପଣ କରିବା ଦ୍ୱାରା ମାନସମ୍ମାନ ଆଦି ପ୍ରାପ୍ତି ହୋଇଥାଏ। ଧନସମ୍ପତ୍ତି ପ୍ରାପ୍ତି ହୋଇଥାଏ।

ପ୍ରଭୁଙ୍କ ମହୁ ଅର୍ପଣ କରିବା ଦ୍ୱାରା ମନରେ ଦୟାଭାବ ଜାଗ୍ରତ ହେବା ସହ, ମଧୁର ବଚନ ଓ ଜୀବନରେ ସଫଳତା ମିଳିଥାଏ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories