www.samajalive.in
Sunday, December 7, 2025
15.1 C
Bhubaneswar

ଖାଦ୍ୟ ଓ ଜଳ କଷ୍ଟରେ ଭାରତୀୟ ଛାତ୍ର ; ଉଦ୍ଧାର ପାଇଁ ଗୁହାରୀ

ନୂଆଦିଲ୍ଲୀ: ରୁଷ୍‌-ୟୁକ୍ରେନ ବିବାଦ ଏବେ ଯୁଦ୍ଧର ରୂପ ନେଇଛି। ୟୁକ୍ରେନ ଉପରେ ରୁଷ୍‌ ସାମରିକ ଆକ୍ରମଣ କରିଛି। ୟୁକ୍ରେନର ବିଭିନ୍ନ ସ୍ଥାନରେ ଗୁରୁବାର ସକାଳୁ ବିସ୍ଫୋରଣ ଚାଲିଛି। ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ସୁରକ୍ଷାକୁ ନେଇ ଭାରତ ଚିନ୍ତିତ। ଏବେ ବି ହଜାର ହଜାର ଛାତ୍ର ୟୁକ୍ରେନରେ ଅଛନ୍ତି ଓ ସେମାନେ ବର୍ତ୍ତମାନ ପରିସ୍ଥିତିକୁ ନେଇ ଖୁବ୍‌ ଭୟଭୀତ ଅଛନ୍ତି।

ରାଜଧାନୀ କିଭ୍‌ରେ ଫସି ରହିଥିବା ଛାତ୍ର ନିଲେଶ କହିଛନ୍ତି ଯେ, ଏଠାରେ ଲୋକେ ଖାଦ୍ୟ ଓ ଜଳ ପାଇଁ ସଂଘର୍ଷ କରୁଛନ୍ତି। ସେ କହିଛନ୍ତି, ୫୦ରୁ ୬୦ ଭାରତୀୟ ଛାତ୍ର ଏକ ହଷ୍ଟେଲରେ ଫସି ରହିଛନ୍ତି ଓ ପାଣି ପାଇଁ ଧାଡ଼ି ଲଗାଇଛନ୍ତି, ଯଦ୍ବାରା ଦିନେ ଦୁଇ ଦିନ ସେମାନେ ଘର ଭିତରେ ରହିପାରିବେ। ସେ ଆହୁରି କହିଛନ୍ତି, ସବୁ ଦୋକନ ବଜାରରେ ଖାଦ୍ୟ-ପାନୀୟ ସରିଯାଇଛି। ଆକାଶମାର୍ଗ ବନ୍ଦ ହେବା ପରେ ଏୟାରଇଣ୍ଡିଆ ବିମାନ ମଧ୍ୟ ଫେରିଯାଇଛି। ତେଣୁ ଛାତ୍ରମାନେ ନିବେଦନ କରିଛନ୍ତି ଯେ, ସୋମନଙ୍କ ସୁରକ୍ଷା ପାଇଁ ତୁରନ୍ତ ବନ୍ଦୋବସ୍ତ କରାଯାଉ।

- Advertisement -

ଯେଉଁ ଛାତ୍ରମାନେ ଏୟାର ଇଣ୍ଡିଆ ବିମାନରେ ଯିବା ପାଇଁ ବିମାନବନ୍ଦର ଯାଇଥିଲେ ସେମାନେ ସମ୍ପୂର୍ଣ୍ଣ ଭାବେ ଫସି ରହିଛନ୍ତି। ନିଜ ସହରକୁ ଫେରି ମଧ୍ୟ ପାରିବେନି। ଛାତ୍ରମାନେ କହିଛନ୍ତି, ପ୍ରାୟ ୫୦ ଭାରତୀୟ ଛାତ୍ରଙ୍କୁ ବସ୍‌ ଯୋଗେ ଏକ ସୁରକ୍ଷିତ ଘରକୁ ନିଆଯାଇଛି କିନ୍ତୁ ଏନେଇ ଆଉ କୌଣସି ଅପ୍‌ଡେଟ୍‌ ମିଳିନାହିଁ।

ୟୁକ୍ରେନ ନ୍ୟାସନାଲ୍‌ ମେଡିକାଲ ୟୁନିଭର୍ସିଟିର ଛାତ୍ର ସିଦ୍ଧାର୍ଥ ଦୀକ୍ଷିତ ଭିଡିଓ କରି ସାହାଯ୍ୟ ପାଇଁ ଗୁହାରୀ କରିଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ଫ୍ଲାଟରେ ସେମାନେ ୩ ଜଣ ସାଙ୍ଗ ଫସି ରହିଛନ୍ତି ଏବଂ ଆଖପାଖ ବଜାରରେ ଖାଦ୍ୟ-ପାନୀୟ ସରିଯାଇଛି। ସେ ପୁଣି କହିଛନ୍ତି, ବିମାନବନ୍ଦରରେ ବୋମା ବିସ୍ଫୋରଣ ହୋଇଛି, ସେଠାରୁ ଧୂଆଁ ଉଠୁଛି। ଏଭଳି ପରିସ୍ଥିତିରେ ସେମାନେ ୟୁକ୍ରେନରୁ ବାହାରକୁ ଯାଇପାରିବେ ନାହିଁ। ସେମାନେ ଚାହୁଁଛନ୍ତି ସରକାର ଯଥାଶୀଘ୍ର ତାଙ୍କୁ ଏୟାରଲିଫ୍ଟ କରାନ୍ତୁ କିମ୍ବା ପୋଲାଣ୍ଡ ସୀମାକୁ ନେଇଯାଆନ୍ତୁ। ଦେଶର ବିଭିନ୍ନ ସହରରେ ଏବେ ୨ ହଜାରରୁ ଊର୍ଦ୍ଧ୍ବ ଛାତ୍ର ଫସି ରହିଛନ୍ତି ଓ ଚାଲିଥିବା ବିବାଦ ଯୋଗୁଁ ପରିସ୍ଥିତି ଅଧିକ ଭୟଙ୍କର ହୋଇପାରେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories