www.samajalive.in
Monday, December 8, 2025
20.1 C
Bhubaneswar

ୟୁକ୍ରେନ ଉପରେ ରୁଷର ଆକ୍ରମଣ, ୧୩ ସହରରେ ଶକ୍ତିଶାଳୀ ବିସ୍ଫୋରଣ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ । ଋଷ ୟୁକ୍ରେନର ୧୩ ଟି ସହର ଉପରେ ଆକ୍ରମଣ କରିଛି। ରାଜଧାନୀ କିଭ୍‍ ସମେତ ୟୁକ୍ରେନର ପୂର୍ବ ଭାଗରେ ଥିବା ସହରଗୁଡ଼ିକୁ ଟାର୍ଗେଟ କରାଯାଇଛି । ୟୁକ୍ରେନର ଅନେକ ସହରରେ ବିସ୍ଫୋରଣ ହେବାର ଖବର ରହିଛି । କଳାସାଗର ନିକଟ ଓଡେସାରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ରାଜଧାନୀ କିଭରେ ମଧ୍ୟ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଖାର୍କିଭରେ ହୋଇଥିବା ବିସ୍ଫୋରଣ ବିଷୟରେ ମଧ୍ୟ ସୂଚନା ମିଳିଛି । କ୍ରାମାଟେରସ୍କ, ବର୍ଡିୟାନ୍ସକ ଏବଂ ନିକୋଲାଏଭ ସହରରେ ବିସ୍ଫୋରଣ ମଧ୍ୟ ହୋଇଛି । ତେବେ ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିପାରିନାହିଁ ।

ଏନେଇ ୟୁକ୍ରେନର ବୈଦେଶୀକ ମନ୍ତ୍ରୀ ଦିମିତ୍ରୋ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପୁଟିନ ବର୍ତ୍ତମାନ ୟୁକ୍ରେନ ଉପରେ ଆକ୍ରମଣ କରିଛନ୍ତି। ୟୁକ୍ରେନର ଶାନ୍ତିପୂର୍ଣ୍ଣ ସହରଗୁଡ଼ିକ ଆକ୍ରମଣର ଶିକାର ହୋଇଛି । ଏହା ଏକ ଆକ୍ରୋଶର ଯୁଦ୍ଧ । ଏଭଳି ପରିସ୍ଥିତିରେ ୟୁକ୍ରେନ ନିଜକୁ ରକ୍ଷା କରିବ ଏବଂ ଜିତିବ । ୟୁକ୍ରେନ ଅଧିକାରୀ କହିଛନ୍ତି ଯେ ବାଲିଷ୍ଟିକ୍ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ଦ୍ୱାରା ଅନେକ ସ୍ଥାନକୁ ଟାର୍ଗେଟ କରିଛି ଋଷ ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories