www.samajalive.in
Monday, December 8, 2025
27.1 C
Bhubaneswar

ଚମ୍ପାବତ ମର୍ମନ୍ତୁଦ ଦୁର୍ଘଟଣା ; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଚମ୍ପାବତ : ଉତ୍ତରାଖଣ୍ଡ ଚମ୍ପାବତ୍‍ ରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ପ୍ରଥମେ ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଏହା ୧୪କୁ ବୃଦ୍ଧି ପାଇଛି। ଘଟଣା ବିଷୟରେ ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ପ୍ରଥମେ ଖାଇରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପରେ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ଗଭୀର ଭାବେ ଆହତ ହୋଇଥିବା ୨ ଜଣଙ୍କର ଚିକିତ୍ସା କରାଯାଉଛି। ଟନକପୁର-ଚମ୍ପାବତ୍‍ ହାଇୱେରେ ୧୬ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ହୋଇଛି।
ଉତ୍ତରାଖଣ୍ଡର ଚମ୍ପାବତ୍‍ ରେ ହୋଇଥିବା ସଡକ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଚମ୍ପାବତ୍‍ ରେ ହୋଇଥିବା ସଡକ ଦୁର୍ଘଟଣା ହୃଦୟ ବିଦାରକ ବୋଲି କହିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ସ୍ଥାନୀୟ ପ୍ରଶାସନ ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଜୀବନ ହରାଇଥିବା ମୃତକ ପରିଜନଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତଙ୍କ ପାଇଁ ୫୦ ହଜାର ଘୋଷଣା କରିଛନ୍ତି।
ଏହାସହ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଟୁଇଟ କରି ମୃତକଙ୍କ ପରିବାର ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ, ଚମ୍ପାବତ୍‍ ଜିଲାର ଡାଣ୍ଡା କ୍ଷେତ୍ର ଅନ୍ତର୍ଗତ ସୋମବାର ବିଳମ୍ବିତ ରାତିରେ ବରଯାତ୍ରୀରୁ ଫେରୁଥିବା ଏକ ଗାଡି ଖାଇରେ ଖସିପଡିଥିବା ସମୟରେ ୧୧ ଜଣ ବରଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଚମ୍ପାବତ ଠାରୁ ପ୍ରାୟ ୬୫ କିଲୋମିଟର ଦୂର ଏହି ସ୍ଥାନରେ ଗୋଟିଏ ପରିବାରର ଥିବା ବିବାହ ସମାରୋହରେ ଯୋଗ ଦେବା ପାଇଁ ଯାଇଥିଲେ।
ଘଟଣା ବିଷୟରେ ଖବର ପାଇବା ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ୧୧ଜଣଙ୍କ ମୃତଦେହକୁ ପ୍ରଥମେ ଖାଇରୁ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣାରେ ଗଭୀର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଟନକପୁର-ଚମ୍ପାବତ୍‍ ହାଇୱେ ସହ ଜଡିତ ସୁଖିଦାଙ୍ଗ-ଡାଣ୍ଡାମିନାର ରାସ୍ତାରେ ହୋଇଥିବା ଦୁର୍ଘଟଣାରେ ୧୬ ଜଣଙ୍କ ମଧ୍ୟରୁ ପ୍ରଥମେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗଭୀର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଡିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଟନକପୁରର ପଞ୍ଚମୁଖି ଧର୍ମଶାଳାରେ ହେଉଥିବା ଏକ ବିବାହ ସମାରୋହରେ ଯୋଗ ଦେବା ପାଇଁ ଯାଇଥିଲେ। ବିଳମ୍ବିତ ରାତି ପ୍ରାୟ ୩ଟା ୨୦ରେ ଗାଡିଟି ଅନିୟନ୍ତ୍ରିତ ହୋଇ ଖାଇରେ ଖସିପଡିଥିଲା। ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଗାଡିରେ ଥିବା ଏଭଳି ଅଘଟଣ ଘଟିଛି ବୋଲି ସନ୍ଦେହ କରାଯାଉଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories